Breaking

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କିନ୍ନର ମୀରା ପରିଡା ! ମୀରା ଆଣିଲେ ହତ୍ୟା ଉଦ୍ୟମ ଅଭିଯୋଗ

0

ଭୁବନେଶ୍ୱର:ଆଜି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କିନ୍ନର ମୀରା ପରିଡା ।ମୀରାଙ୍କ ଅଭିଯୋଗ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେବା ପାଇଁ ଏମିତି ଉଦେଶ୍ୟମୂଳକ ଯୋଜନା ରଚିଥିବା ସେ ପ୍ରକାଶ କରିଛନ୍ତି । ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ମୀରା ଆଜି କୌଣସି ଏକ କାମରେ ଭୁବନେଶ୍ୱରରୁ ବେଗୁନିଆ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଏକ ଟ୍ରକ୍ (ଏପି-୦୭ଟିଜି-୫୧୭୫) ପିଛା କରିଥିଲା । ଟ୍ରକ୍ ଟି ତାଙ୍କ ଗାଡିକୁ ଗୋଡାଇ ଗୋଡାଇ ବାଟ ଭୁଆଶୁଣୀ ମନ୍ଦିର ପାଖରେ ଧକ୍କା ଦେଇଥିଲା।ଟ୍ରକ୍ ଧକ୍କାରେ ତାଙ୍କ ଗାଡ଼ି ବହୁ ଅଂଶରେ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି । ଏହା ପଛରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତ ରହିଥିବା ସେ ସନ୍ଦେହ କରୁଛନ୍ତି ।ଥାନାରେ ଅଭିଯୋଗ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

You May Like Here:
            ⇓

loading...

Leave A Reply

Your email address will not be published.