Breaking

ମୃତ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟ କ’ଣ ହୁଏ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

0

ନିଶ୍ୱାସକୁ ଆମେ କେବେ ବିଶ୍ୱାସ କରିପାରିବା ନାହିଁ । କେତେବେଳେ କାହା ସହ କେମିତି ଘଟଣା ଦୂର୍ଘଟଣା ଘଟିବ ତାହା କିଏ ଜାଣେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେଉଁ ଲୋକମାନେ ଅକସ୍ମାତ ମୃତ୍ୟୁବରଣ କରନ୍ତି ସେମାନଙ୍କ ଫେସବୁକ୍ ଆକାଉଣ୍ଟର ହୁଏ କ’ଣ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

୧. ଲିଗେସୀ କନଟେକ୍ଟ :

ଫେସବୁକରେ ଆକାଉଣ୍ଟର ଦେଖାଶୁଣା କରିବା ପାଇଁ ଲିଗେସୀ କନଟେକ୍ଟ ରଖିବା ଏକ ଭଲ ବିକଳ୍ପ । ଆପଣଙ୍କ ଲିଗେସୀ କନଟେକ୍ଟ ମୃତ୍ୟୁ ପରେ ମଧ୍ୟ ଆକାଉଣ୍ଟକୁ ମ୍ୟାନେଜ୍ କରିଥାଏ । ଆପଣଙ୍କ ପ୍ରୋଫାଇଲ୍ ଫଟୋକୁ ଚେଞ୍ଚ୍ କରିବା ସହ ଟାଇମଲାଇନରେ ପୋଷ୍ଟ ପିନ୍ ଏବଂ ଫ୍ରେଣ୍ଡ ରିକ୍ୱେଷ୍ଟର ଉତ୍ତର ମଧ୍ୟ ଦେଇଥାଏ । କିନ୍ତୁ ଏହା ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ କିଛି ପୋଷ୍ଟ କରିପାରେନାହିଁ ଏବଂ ମେସେଜ୍ ଦେଖିବା ମଧ୍ୟ ବାରଣ ଅଟେ ।

୨. ଫେସବୁକ୍ ମୃତବ୍ୟକ୍ତିର ଆକାଉଣ୍ଟ ସାଙ୍ଗରେ କ’ଣ କରେ ?

ଫେସବୁକ୍ ମୃତବ୍ୟକ୍ତିର ଆକାଉଣ୍ଟକୁ “ମେମୋରିୟଲାଇଜ୍” କରିଦିଏ । ଯେଭଳି ଲୋକମାନେ ବ୍ୟକ୍ତିଜଣଙ୍କୁ ମନେ ପକାଇ ପାରିବେ । ଏହି ଆକାଉଣ୍ଟଟି ଆଉ ଡିଲିଟ୍ ହୋଇ ନଥାଏ । ମେମୋରିୟଲାଇଜ୍ ଆକାଉଣ୍ଟରେ ରିମେମ୍ବରିଙ୍ଗ୍ ନାଁ ଯୋଡି ହୋଇଯାଏ । ଏହି ଆକାଉଣ୍ଟରେ ଉକ୍ତ ବ୍ୟକ୍ତିଙ୍କ ଜନ୍ମଦିନର ନୋଟିଫିକେସନ୍ ଯାଇନଥାଏ । ଯଦି ମୃତବ୍ୟକ୍ତି ଜଣକ କୌଣସି ପେଜ୍ ତିଆରି କରିଥାନ୍ତି ଏବଂ ସେ ଯଦି ଏକାକୀ ତାହାର ଆଡମିନ୍ ଥାଆନ୍ତି ତେବେ ମୃତ୍ୟୁ ଖବର ଜାଣିବା ପରେ ସେହି ଆକାଉଣ୍ଟକୁ ଡିଲିଟ୍ କରି ଦିଆଯାଏ । ଯଦି ଆପଣ ମଧ୍ୟ ଚାହାନ୍ତି ମୃତ୍ୟୁ ପରେ ଆପଣଙ୍କ ଆକାଉଣ୍ଟ୍ ମଧ୍ୟ ସୁରକ୍ଷିତ ରହୁ ତେବେ ରିକ୍ୱେଷ୍ଟ ଆକାଉଣ୍ଟ୍ ଡିଲୀସନକୁ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କୁ ମୃତ ବ୍ୟକ୍ତିଙ୍କ ମୃତ ସାର୍ଟିଫିକେଟକୁ ଫେସବୁକରେ ଭେରିଫାଇ କରିବାକୁ ପଡିବ । ଏହାପରେ ହିଁ ବ୍ୟକ୍ତିଜଣଙ୍କୁ ମୃତ ଘୋଷଣା କରାଯିବ । ମୃତ୍ୟୁ ପରେ ମଧ୍ୟ ଫେସବୁକ୍ ଆପଣଙ୍କ ପ୍ରାଇଭେସୀକୁ ସମ୍ପୁର୍ଣ୍ଣ ଗୁପ୍ତ ରଖିବ ।

You May Like Here:
            ⇓

loading...

Leave A Reply

Your email address will not be published.