Breaking

ପ୍ରେମ ପାଇଁ ଜୀବନ ଗଲା : ବ୍ରିଜ୍ ଉପରୁ ଡେଇଁ ପଡିଲେ ଏମ୍.କମ୍ ଛାତ୍ରୀ

0

ଭୁବନେଶ୍ବର : ଆଜି ସନ୍ଧ୍ୟା ସମୟରେ ମୁଣ୍ଡଳୀ ମହାନଦୀ ପୋଲ ଉପରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ଲୁ ପ୍ୟାଣ୍ଟ ଓ ସ୍କାଏ ସାଟ ପିନ୍ଧିଥିବା 20 ରୁ 22 ବର୍ଷ ହେବ ଏକ ଝିଅ ହଟାତ ନିଜ ଚପଲ ଏବଂ ବ୍ୟାଗ ବ୍ରିଜ୍ କାଲବଡ ଉପରେ ଥୋଇ ଦେଇ କେହି କିଛି ଜାଣିବା ଆଗରୁ ହଟାତ ନଦୀ ପାଣି କୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକ ମାନେ ଦେଖି, ସଙ୍ଗେ ସଙ୍ଗେ ବାରଙ୍ଗ ଅଗ୍ନି ସମ ବିଭାଗ ଓ ଥାନା କୁ ଫୋନ୍ କରି ଯଣାଇଥିଲେ। କିଛି ସମୟ ପରେ ଅଗ୍ନି ସମ କର୍ମଚାରୀ ମାନେ ଆସି ଝିଅ ଟିକୁ ନଦୀ ର ଗଭିର ପାଣି ରୁ ଉଧାର କରି ,ବାରଙ୍ଗ ପୋଲିସ ଜିମା ଦେଇଥିବା ବେଳେ ,ମେଡିକାଲ ରେ ଡଃ ଝିଅ ଟିକୁ ମୃତ ଘୋଷଣା କରିଥିଲେ ।
ଉପରେ ପଡିଥିବା ବ୍ୟାଗ ରୁ ଝିଅ ର ନା ପୁଷ୍ପା ବେହେରା ଏବଂ ବାପା ଙ୍କ ନାମ ବିରଞ୍ଚି ବେହେରା ଘର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ, ଏବଂ ଝିଅଟି ଭୁବନେଶ୍ୱର ଏକ ଘରୋଇ ଅନୁଷ୍ଠାନ ରେ ଏମ୍. କମ ର ଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଗୋଡିସାହି ଫାଣ୍ଡି ଅଧିକାରୀ ପ୍ରକାଶ କରିବା ସହ, ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇ ଥାଇ ପରେ ବୋଲି ସନ୍ଦେହ କରି ଅନୁସନ୍ଧାନ ଜାରୀ ରଖିଛି ।

loading...

Leave A Reply

Your email address will not be published.