Breaking

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର :ବିକାଶରେ କଣ୍ଟା ପାଈ ଅଟକିଛି ପୂର୍ବୋଦୟର ସ୍ବପ୍ନ

0

ଭୂବନେଶ୍ବର: ପ୍ରସଙ୍ଖ ଅନେକ କିନ୍ତୁ ଟାର୍ଗେଟ ଏକ। ଭୂବନେଶ୍ବରରେ ଏକ ସାମ୍ବାଦିକ ସମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।କେନ୍ଦ୍ର ଅବହେଳାକୁ ପ୍ରସଙ୍ଖ କରି କେନ୍ଦ୍ର ସରକାରଙ୍କର ଉପରେ ବର୍ଷୁଥିବା ରାଜ୍ୟ ସରକାରଙ୍କର ଉପରେ ବିଷୋଦ୍ଗାର କରିଛନ୍ତି ଧର୍ମେନ୍ଦ୍ର। ରାଜ୍ୟର ବିକାଶ ଓ ବେକାରି ସମସ୍ୟାର ଦୂରିକରଣ ପାଇ ବିଭିନ୍ନ ବିକାଶମୂଳକ ଯୋଜନା ଯଥା ଉପକୂଳ ଜାତୀୟ ରାଜପଥ,ଏମସିଲ୍ ମେଡିକାଲ,ପାଇକ ସ୍ମାରକି, ବିଭିନ୍ନ ରାଜପଥର ଉନ୍ନତିକରଣ,ଜୋରନ୍ଦାରେ ପାନୀୟ ଜଳ ବ୍ୟବସ୍ଥା,ତୈଳ ବିଷୋଧନାଗାର,ଟେକ୍ସଟାଇଲ୍ ପାର୍କ,ପ୍ଲାଷ୍ଟିକ୍ ପାର୍କ,ରେଳବାଇ ପ୍ରକଳ୍ପ ସ୍ଥଗିତ,ସି ଫୁଡ୍ ପାର୍କ,ପିଏମଓ କିଷାନ୍ ଯୋଜନା ପରି ବିଭିନ୍ନ ବିକାଶମୂଳକ ଯୋଜନାରେ କଣ୍ଟା ସାଜିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଯୋଜନା କାର୍ଯ୍ୟକାରି ହେଲେ କାଳେ କେନ୍ଦ୍ର ସରକାର ବାଃ ବାଃ ନେବେ ସେଥିପାଇଁ ରାଜ୍ୟ ସରକାର ଯୋଜନା ଗୁଡିକର କାର୍ଯ୍ୟକାରି ପାଇ ଅନୁମତି ଦେଉ ନାହାନ୍ତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଏହି ଆଟାକ୍ କୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାଜ୍ୟ ଶାସକ ଦଳ। ସାମ୍ବାଦିକ ସମିଳନି କରି ଜବାବ୍ ରଖିଛନ୍ତି ଶାସକ ଦଳ ମୁଖପାତ୍ର। ନିର୍ବାଚନ ରଣ ପାଖେଇ ଆସୁଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆରୋପ ଓ ପ୍ରତିଆରୋପ ଭୋଟ ବ୍ୟାଙ୍କ ଉପରେ କି ପ୍ରଭାବ ପକାଉଛି ତାହାକୁ ଅପେକ୍ଷା।

loading...

Leave A Reply

Your email address will not be published.