Breaking

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ! ମେକ୍ଇନ ଓଡିଶା କନକ୍ଲେଭ ଉଦଘାଟିତ

0

ଭୁବନେଶ୍ବର : ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ । ଉଦଘାଟିତ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜନତା ମଇଦାନରେ ଏହି କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଉଦଘାଟନ କରିଛନ୍ତି। ଏହା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂତନ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ କନକ୍ଲେଭର ସଫଳତା କାମନା କରିଥିଲେ। ଏହାସହ ସୋସିଆଲ୍ ମିଡିଆରେ ‘ଆଇ ଆମ୍ ଓଡ଼ିଶା’ ଅଭିଯାନ ସଫଳତାପୂର୍ବକ ଶେଷ ହେବା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜିର ପ୍ରଥମ ଦିନର ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଆସନ୍ତାକାଲି ସାଢ଼େ ୧୦ଟାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ପ୍ଲିନାରୀ ରହିଛି । ଏହାପରେ ୧୨ଟା ୪୫ରେ ଲିଡରସିପ୍‌ ସମିଟ୍‌ ଅନୁଷ୍ଠିତ ହେବ । ମୁଖ୍ୟ ଆକର୍ଷଣ ହେବେ ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀ । ଅମ୍ବାନୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ କ’ଣ କହିବେ ଓ କି ଘୋଷଣା କରିବେ ତାଉପରେ ଓଡ଼ିଶା ଶିଳ୍ପ ଜଗତର ନଜର ରହିଛି । ଏହାପରେ ଅପରାହ୍ନ ୩ଟାରେ ଜାପାନ୍‌ ସେମିନାର ରହିଛି । ଏଥିରେ ଜାପାନିଜ୍‌ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ । ଏଥିରେ ମିତ୍‌ସୁବିସି ହେଭି ଇଣ୍ଡଷ୍ଟ୍ରିଜ, ମାରୁବେନି, ଜେଏଫଇ ଷ୍ଟିଲ, ନିସିନ୍‌ ଫୁଡ୍‌, ମିତସୁଇ ଓ ତାହାହାତା ପ୍ରେସିସନ୍‌ ଭଳି କମ୍ପାନୀ ସାମିଲ ହେବେ । ମେକ୍‌ ଇନ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ । କେବଳ ଜାପାନ ନୁହେଁ ସମ୍ମିଳନୀରେ ଫ୍ରାନ୍ସ, ରୁଷ, ସାଉଦିଆରବ, ୟୁଏଇ ଆଦି ଦେଶରୁ ବିଜିନେସ ଡେଲିଗେଟ୍ସ ସାମିଲ ହେବେ ।

loading...

Leave A Reply

Your email address will not be published.