Breaking

ଲ୍ୟାଣ୍ଡ ରୋଭର ପକ୍ଷରୁ ନୂଆ ରେଞ୍ଜ୍ ରୋଭର ଇଭୋକ ଏବଂ ନୂଆ ଡିସକଭରି ସ୍ପୋର୍ଟର ଡେଲିଭରୀ ଆରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ବିଏସ୍‌-୬ ଯୋଗ୍ୟତାକୁ ପୂରଣ କରୁଥିବା ପେଟ୍ରୋଲ ଭ୍ୟାରିଆଂଟ୍ ନୂଆ ରେଞ୍ଜ୍ ରୋଭର ଇଭୋକ୍ ଏବଂ ନୂଆ ଡିସକଭରି ସ୍ପୋର୍ଟର ଡେଲଭରୀ ଆରମ୍ଭ ହୋଇଛି । ଉଭୟ ଏସ୍‌ୟୁଭିରେ ଇଞ୍ଜେନିୟମ୍ ୨.୦ ଲିିଟର ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହାର ଆଉଟ୍‌ପୁଟ୍ ୧୮୪ କିଲୋୱାଟ୍ ଥିବାବେଳେ ଟର୍କ ୩୬୫ ଏନ୍‌ଏମ୍ ରହିଛି । ଉଭୟରେ ୪୮ ଭୋଲ୍ଟ ମିଲ୍ଡ ହାଇବ୍ରିଡ୍ ସିଷ୍ଟମ୍ ରହିଛି । ଉଭୟ ଏସ୍‌ୟୁଭି ଏସ୍ ଏବଂ ସ୍ପୋର୍ଟିଅର ଆର୍‌-ଡାଇନାମିକ୍ ଏସ୍‌ଇ ଡେରିଭେଟିଭ୍‌ରେ ଉପଲବ୍ଧ ହେଉଛି ।

ନୂଆ ରେଞ୍ଜ୍ ରୋଭର ଇଭୋକ୍‌ର ମୂଲ୍ୟ ୫୭.୯୯ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ନୂଆ ଡିସକଭରି ସ୍ପୋର୍ଟର ମୂଲ୍ୟ ୬୯.୯୯ଲକ୍ଷରୁ ଆରମ୍ଭ ହେଉଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି କହଲେ, ନୂଆ ରେଞ୍ଜ୍ ରୋଭର ଇଭୋକ୍ ଏବଂ ନୂଆ ଡିସକଭରି ସ୍ପୋର୍ଟ ଭାରତରେ ବେଶ୍ ସଫଳ ରହିଛି । ଏହି ଦୁଇଟି ମଡେଲର ଡିଜାଇନିଂ, ଜ୍ଞାନକୌଶଳ ଏବଂ ବିଳାସପୂର୍ଣ୍ଣ ସୁବିଧା ଖୁବ୍ ଶୀଘ୍ର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଛି । ଏବେ ବିଏସ୍‌-୬ ଯୋଗ୍ୟତା ପୂରଣ କରୁଥିବା ନୂଆ ମଡେଲଙ୍କ ପାଇଁ ଅନନ୍ୟ ପସନ୍ଦ ପାଲଟିବାକୁ ସକ୍ଷମ ହୋଇପାରିବ ।

ଉଭୟ ନୂଆ ରେଞ୍ଜ୍ ରୋଭର ଇଭୋକ୍ ଏବଂ ନୂଆ ଡିସକଭରି ସ୍ପୋର୍ଟ ଲାଟେଷ୍ଟ ଜ୍ଞାନକୌଶଳର ଉପଯୋଗ କରାଯାଇଛି । ଏଥିରେ କ୍ୟାବିନ୍ ଏୟାର ଆୟୋନାଇଜେଶନ ସୁବିଧା ରହିଛି । ଯାହାଦ୍ୱାରା ପ୍ରଦୂଷିତ ବାୟୁ କଣିକା ବାହାରି ଯାଇ କ୍ଲାମେଟିକ୍ ସ୍ଥିତି ଚିନପ୍ତାମୁକ୍ତ ଭାବେ ନିୟନ୍ତ୍ରିତ ହୋଇପାରିବ ।
ଉଭୟ ଏସ୍‌ୟୁଭିରେ କ୍ଲିୟର ସାଇଟ୍ ରିୟର ଭିୟୁ ମିରର ରହିଛି । ଏହା ସହିତ ଏଥିରେ ରହିଥିବା କ୍ୟାମେରା ପଛରେଥିବା ଯାନର ସ୍ଥିତି ସମ୍ପର୍କରେ ଅବଗତ କରାଇବ ।

ଉଭୟ ଯାନରେ ଇନ୍ କଂଟ୍ରୋଲ୍‌, ଟଚ୍ ପ୍ରୋ ଏବଂ ଟଚ୍ ପ୍ରୋ ଡିୟୋ ଆଦି ସୁବିଧା ରହିଛି ।
ଏଥିରେ ଥିବା ଟେରାନ୍ ରେସପନ୍ସ୍‌-୨ ଦ୍ୱାରା ରାସ୍ତାର ସ୍ଥିତି ଜାଣିହେବ । ଫଳରେ ଅଟୋମେଟିକ୍ ଟର୍କ ଡେଲିଭରୀ ସମ୍ଭବ ହୋଇପାରିବ ।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୯.୯୯ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୩.୩୦ ଲକ୍ଷ ଟଙ୍କା ଏବଂ ଡିସକଭର ମୂଲ୍ୟ ୭୫.୫୯ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୭.୦୨ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୯୬.୭୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।
ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇ, ନୋଏଡା, ପୁଣେ, ରାଏପୁର, ବିଜୟୱାଡା, ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି ।

loading...

Leave A Reply

Your email address will not be published.