Breaking

ଜାତୀୟ ସଙ୍ଗୀତ ଗାନରେ ଝଙ୍କୃତ ହେଲା ସାରା ରାଜ୍ୟ

ଓଡିଶା ଭାସ୍କର ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସର ଝଲକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଅଗଷ୍ଟ କ୍ରାନ୍ତି ଦିବସର ବୀରତ୍ୱ ଗାଥାକୁ ଆଜି ସାରାରାଜ୍ୟ ଶ୍ରଦ୍ଧାର ସହ ସ୍ମରଣ କରି ମୁକ୍ତ ସଂଗ୍ରାମର ଅଗଣିତ ଯୋଦ୍ଧା ଓ ସହିଦଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି । ସାରା ରାଜ୍ୟର ପୁରପଲ୍ଲୀରେ ଝଙ୍କୃତ ହୋଇଛି ଜାତୀୟ ସଙ୍ଗୀତ ଜନ ଗଣ ମନ… ଏବଂ ଏଥିରେ ୫ ଲକ୍ଷରୁ ଉର୍ଦ୍ଧ ନରନାରୀ ଅଂଶଗ୍ରହଣ କରି ଦେଶର ସ୍ୱାଧୀନତା ଓ ଅଖଣ୍ଡତାର ସୁରକ୍ଷା ନିମନ୍ତେ ସଂକଳ୍ପ ବଦ୍ଧ ହୋଇଛନ୍ତି ।
ଦୈନିକ ଖବର କାଗଜ ‘ଓଡିଶା ଭାସ୍କର’ର ଆହ୍ୱାନ କ୍ରମେ ରାଜ୍ୟର ପ୍ରାୟ ୧ ହଜାରରୁ ଉର୍ଦ୍ଧ ସ୍ଥାନରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ସମୂହ କଣ୍ଠଦାନରେ ଗାନ କରାଯାଇଥିଲା ଜନ ଗଣ ମନ… । ଏହି ଅବସରରେ ରାଜ୍ୟବାସୀ ୧୯୪୨ ଅଗଷ୍ଟ ୯ ତାରିଖ ଭାରତ ଛାଡ କ୍ରାନ୍ତିର ଅମର ସହିଦମାନଙ୍କୁ ସମ୍ମାନ ଜଣାଇବା ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ମୁକ୍ତି ସଂଗ୍ରାମର ଅନ୍ୟ ଯୋଦ୍ଧାମାନଙ୍କର ସ୍ମୃତି ଚାରଣ କରିଥିଲେ । ଓଡିଶା ଭାସ୍କରର ମୁଖ୍ୟ କାର୍ଯ୍ୟାଳୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି, ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ବ୍ୟୁରୋ ଚିଫ୍ କୌସ୍ତୁଭ ଦାସ, କାର୍ଯ୍ୟନିର୍ବାହୀ ବନ ବିହାରୀ ଷଡଙ୍ଗୀ ଯୋଗ ଦେଇ ଭାରତ ମାତାର ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । କେଉଁ ପୁଷ୍ଠଭୂମିରେ ମହାତ୍ମା ଗାନ୍ଧୀ ଶେଷ ସ୍ୱାଧୀନତା ସଂଗ୍ରାମରେ ‘କର ବା ମର’ ଧ୍ୱନୀରେ ଇଂରେଜ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ଡାକରା ଦେଇଥିଲେ, ସେ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ । ସେହିପରି ୧୨୦ ଇନଫାଣ୍ଟାରୀ ବାଟାଲିୟନ୍, ପ୍ରଦେଶ କଂଗ୍ରେସ କମିଟି, ନିଖିଳ ଓଡିଶା ଆଇନଜୀବୀ ସଙ୍ଘ, ସୈନିକ ସ୍କୁଲ, କ୍ୟାପିଟାଲ ହାଇସ୍କୁଲ, ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ଆଦି ରାଜ୍ୟର ବହୁ ଅନୁଷ୍ଠାନ ଏକ ସ୍ୱର ଏକ ସମୟରେ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

loading...

Leave A Reply

Your email address will not be published.