Breaking

ବନ୍ଦ ହୋଇନି ସମ୍‌ଝୋତା ଏକ୍ସପ୍ରେସ୍‌: ଭାରତ

0

ଇସଲାମାବାଦ,୮।୮: ଖବର ଆସିଥିଲା କି ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମ୍‌ଝୋତା ଏକ୍ସପ୍ରେସ୍‌ ବା ଫ୍ରେଣ୍ଡସିପ୍‌ ଏକ୍ସପ୍ରେସକୁ ପାକିସ୍ତାନ ବନ୍ଦ କରି ଦେଇଛି। ହେଲେ ଭାରତ କହିଛି ସମ୍‌ଝୋତା ଏକ୍ସପ୍ରେସ୍‌ ସେବା ବନ୍ଦ ହୋଇନାହିଁ। ପାକିସ୍ତାନ ସୁରକ୍ଷାର ଆଳ ଦେଖାଇ ତା’ର କ୍ରିୟୁ ମେମ୍ବରଙ୍କୁ ସୀମା ଏପାରିକୁ ପଠାଉ ନାହିଁ। ଅଟାରିରେ ଅଟକି ରହିଥିବା ଟ୍ରେନ୍‌କୁ ନେବାକୁ ଭାରତ ତା’ର ଡ୍ରାଇଭରଙ୍କୁ ପଠାଉ ବୋଲି ପାକିସ୍ତାନ କହିଛି। ଓ୍ବାଘା ନିକଟରେ ଅଟକି ରହିଥିବା ଏହି ଟ୍ରେନରେ ପାଖାପାଖି ୧୧୦ଜଣ ଯାତ୍ରୀ ଫଶି ରହିଥିବା ସୂଚନା ମିଳିଛି। ହେଲେ ପାକିସ୍ତାନ ସେଠାରୁ ତା’ର ଇଞ୍ଜନ ନେଇ ଯାଇଛି ବୋଲି ଜଣାଇଛି। ଅଟାରି ଷ୍ଟେଶନର ଷ୍ଟେଶନ ମାଷ୍ଟର ମଧ୍ୟ କହିଛନ୍ତି କି ଏବେ ସମ୍‌ଝୋତା ଏକ୍ସପ୍ରେସ୍‌ ବନ୍ଦ ହୋଇନାହିଁ। ବରଂ ପାକିସ୍ତାନ କହିଛି ଇଞ୍ଜିନ ପଠାଇ ଭାରତ ଯାତ୍ରୀଙ୍କୁ ନେଇଯାଉ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଯିବା ପରେ ପାକିସ୍ତାନ ଭାରତ ସହ କେତେକ କ୍ଷେତ୍ରରେ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଛି।

loading...

Leave A Reply

Your email address will not be published.