Breaking

ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ- କମିଶନର

0

ଭୁବନେଶ୍ୱର: ଆସନ୍ତା ବର୍ଷଠାରୁ ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବନାହିଁ ଏବଂ ମେଳାରେ ଅଶ୍ଳିଳ ନୃତ୍ୟକୁ ସ୍ଥାନ ନଦେବାକୁ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି । ଏବର୍ଷ ଖଣ୍ଡଗିରି ମେଳାରେ ଅଶ୍ଳିଳ ନୃତ୍ୟ ପରିବେଷଣ ହୋଇଥିବା ଆମେ ଅଭିଯୋଗ ପାଇଛୁ । ଯଦିଓ ଆଜି ହେଉଛି ଖଣ୍ଡଗିରି ଯାତ୍ରାର ଅନ୍ତିମ ଦିବସ, ଆମେ ଏହା ବନ୍ଦ କରିବାକୁ ପ୍ରଚେଷ୍ଟା କରୁଛୁ । ଆମେ ଏକ ବୈଠକରେ ସମସ୍ତ ଯାତ୍ରା ପାର୍ଟିର ମାଲିକ ମାନଙ୍କୁ ଏଥିପ୍ରତି କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଛୁ । ଯଦି ଆସନ୍ତା ବର୍ଷ ଏହାର ପୁନରାବୃତ୍ତି ହେବ ତେବେ ଆମେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ,” ବୋଲି କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ।
ଇତିମଧ୍ୟରେ କଳିଙ୍ଗ ସେନାର କର୍ମୀମାନେ ବିଭିନ୍ନ ଯାତ୍ରା ପାର୍ଟିର ପୋଷ୍ଟର୍ ଚିରିଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନର କଠୋର ନିନ୍ଦା କରିଛନ୍ତି । ଆମେ ଏକ ଯାତ୍ରା ପାର୍ଟିର ମାଲିକ ତଥା ମ୍ୟାନେଜରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦାଏର କରିଛୁ । ଆମେ ସେହି ନର୍ତ୍ତକୀଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରିଛୁ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ।

ଏଠାରେ ସୂଚନାଯୋଗ୍ୟ, ରବିବାର ରାତିରେ ଖଣ୍ଡଗିରିରେ ଯାତ୍ରା ପରିବେଷଣ ସମୟରେ ଜଣେ ଆଇଟମ ଗାର୍ଲ ନର୍ତ୍ତକୀ ନୃତ୍ୟ କରିକରି ତଳକୁ ଆସି ଜଣେ ଦର୍ଶକଙ୍କ କାନ କାମୁଡି ଦେଇଥିଲେ ଏହାପରେ ହଠାତ୍ ମଞ୍ଚରେ ନଗ୍ନ ହୋଇପଡ଼ିଥିଲେ । ସେହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯିବା ପରେ ଏହି ଘଟଣା ବିବାଦୀୟ ହୋଇପଡ଼ିଥିଲା 

loading...

Leave A Reply

Your email address will not be published.