Breaking

କାନ୍ଦୁଛି କେରଳ ! ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ,୩୫୭ ଟପିଲାଣି ମୃତ୍ୟୁ ସଂଖ୍ୟା

କେରଳକୁ ସିନେ ସେଲିବ୍ରିଟି ଦେଲା ୨୫ ଲକ୍ଷ

0

କେରଳ:କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୫୭ ଟପିଲାଣି । ପ୍ରଳୟଙ୍କରୀ ବନ୍ୟାରେ ବୁଡି ଯାଇଛି ସଂପୂର୍ଣ୍ଣ କେରଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ ସହର, ରାସ୍ତା, ପୋଲ ସବୁକିଛି ବୁଡ଼ି ଯାଇଛି । ଘର ବୁଡି ଯାଇଥିବାରୁ ହଜାର ହଜାର ଲୋକ ଛାତ ଉପରେ ବସିଛନ୍ତି । ହେଲିକେପ୍ଟର ଓ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଉଛି । ଆକାଶମାର୍ଗରୁ ରିଲିଫ୍ ବଣ୍ଟନ କରାଯାଉଛି ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଟିମ ମୁତୟନ କରାଯାଇଛି । ସେନା, ଜଳସେନା, ବାୟୁସେନା, ଏନଡିଆରଫ ଓ ଆଇଟିବିପିର ଯବାନମାନେ କେରଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିଭଳି କେରଳରକୁ ସହାୟତା ଦେବା ପାଇଁ ଅନେକ ରାଜ୍ୟ ଆଗକୁ ଆସିଛନ୍ତି ।
ବନ୍ୟାରେ ଫସିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଏନଡିଆରଏଫ ଟିମ ଜୀବନ ଦେଇ ଉଦ୍ୟମ ଚଳାଇଛନ୍ତି । ଏପର୍ଯ୍ୟନ୍ତ କେରଳରେ ଏନଡିଆରଏଫର ସମୁଦାୟ ୧୬୯ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହା ବ୍ୟତୀତ ବାୟୁସେନା, ସ୍ଥଳସେନା, ତଟରକ୍ଷୀ ବାହିନୀ, ଜଳସେନା, ବିଏସଏଫଙ୍କ ବ୍ୟତୀତ ଅନ୍ୟ ସଂସ୍ଥାମାନେ ମଧ୍ୟ ଲାଗି ପଡ଼ିଛନ୍ତି । ଉଦ୍ଧାର କାର୍ୟ୍ୟରେ ସେନା ଓ ଏନଡିଆରଏଫ୍କୁ ସ୍ଥାନୀୟ ଲୋକ ସହାୟତା କରୁଥିବା ଦେଖିବାକୁ ମିଳିଛି ।
କେରଳରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛି ଓଡ଼ିଶା । ରାଜ୍ୟ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ ୭୫ଟି ପାଓ୍ଵାର ବୋଟ୍ ସହ କେରଳରେ ପହଞ୍ଚିଛି । ଏହି ଟିମରେ ଅଛନ୍ତି ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । ବାୟୁସେନାର ସ୍ୱତନ୍ତ୍ର କାର୍ଗୋ ଫ୍ଲାଇଟ୍ରେ ଟିମ୍ ସମସ୍ତ ସରଞ୍ଜାମ ଧରି କେରଳ ପହଞ୍ଚିଛନ୍ତି । ଓଡ଼ିଶାରୁ ଏକ ଟିମ୍ ପଠାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଅନ୍ୟପଟେ ଶତାଧିକ ଓଡ଼ିଆ ଶ୍ରମିକ କୋଚି ଓ ତ୍ରିଭେନ୍ଦ୍ରମ୍ରେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ଖୋର୍ଦ୍ଧା ଶ୍ରମ କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କେରଳ ଯାଇଛି ।
କେରଳରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ସାମିଲ ହୋଇଛନ୍ତି ସିନେ ଜଗତର ସେଲିବ୍ରିଟିମାନେ । ବିଗ୍ ବି ଅମିତାଭ ବଚ୍ଚନ ନିଜ ଟ୍ବିଟରରେ ହେଲପ ଲାଇନ୍ ନମ୍ବର ଦେଇ ସହାୟତା ପାଇଁ ନିବେଦନ କରିଛନ୍ତି । ସେହିପରି ଅଭିଷେକ ବଚ୍ଚନ, ଅନୁଷ୍କା ଶର୍ମା, ଶ୍ରଦ୍ଧା କପୁର, ଭୂମି ପେଡନେକର, ରାଜକୁମାରାଓ, ଦକ୍ଷିଣ ଭାରତର ସୁପର ଷ୍ଟାର ଆଲୁ ଅର୍ଜୁନ, ମୋହନ ଲାଲ ଏବଂ ରାଣା ଡଗୁବତି ମଧ୍ୟ ସହାୟତା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସେଲିବ୍ରିଟିମାନେ ମିଳିତ ଭାବେ ପ୍ରାୟ ୨୫ ଲକ୍ଷ ଟଙ୍କା ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

You May Like Here:

            ⇓

loading...

Leave A Reply

Your email address will not be published.