Breaking

କରୋନାରେ ଦେହାନ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଗାର୍ଡ ଅଫ ଅନର ଦ୍ୱାରା ସମ୍ବର୍ଦ୍ଧିତ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ :

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦୃକିଆ ପଞ୍ଚାୟତ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଶୁକ୍ରବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରି ତାଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର ସ୍ଥାନୀୟ ଫୁଲବାଣୀ ଠାରେ ତାଙ୍କର ଫୋଟ ଚିତ୍ରକୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡଃ.ବୃନ୍ଦା ଡି ,ଆରକ୍ଷୀ ଅଧିକ୍ଷକ ଭିନିତ୍‌ ଅଗ୍ରୱାଲ, ଜିଲ୍ଲା ଚିକତ୍ସାଧିକାରୀ ରାଜଶ୍ରୀ ପଟ୍ଟନାୟକ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଜିଲ୍ଲା ସଭାପତି ମଧୁସ୍ମିତା ପ୍ରିୟଦର୍ଶିନୀଙ୍କ ସମେତ ଜିଲ୍ଲାର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.