Breaking

କର୍କଟ ରୋଗ ପୀଡ଼ିତଙ୍କୁ ହୁଣ୍ଡି ଭଙ୍ଗା ଅର୍ଥ ଦାନ କଲେ କଳ୍ପନା ଛକ ଟୋକା ସଂଘ

0

ଭୁବନେଶ୍ବର : ସମାଜରେ ସାମାଜିକ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ଓ ଅସହାୟମାନଙ୍କୁ ଟିକେ ସାହାଯ୍ୟର ହାତ ବଢ଼ାଇବା ଉଦ୍ଦେଶ୍ୟରେ ‘କଳ୍ପନା ଛକ ଟୋକା ସଂଘ’ର ଅଭିନବ ପ୍ରୟାସ ।
୧୦୦ରୁ ଉର୍ଦ୍ଦ୍ବ ଯୁବକମାନଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିବା ‘ସମାଜମଙ୍ଗଳ ହୁଣ୍ଡୀ’ । ପ୍ରତ୍ୟେକ ରବିବାର ଯୁବକମାନଙ୍କଠାରୁ ଆଦାୟ ହେଉଥିବା ଅର୍ଥରାଶି ଗୋଟିଏ ହୁଣ୍ଡିରେ ରଖାଯାଏ । ହୁଣ୍ଡିଟି ପୂର୍ଣ୍ଣ ହୋଇଗଲା ପରେ ଏହି ଅର୍ଥରାଶିକୁ କର୍କଟ ରୋଗ ପୀଡ଼ିତଙ୍କୁ ପ୍ରଦାନ କରାଯାଇଥାଏ । ସ୍ଥାନୀୟ କଳ୍ପନାଛକ ଠାରେ ‘କଳ୍ପନା ଛକ ଟୋକା ସଂଘ’ ଦ୍ୱାରା ଆୟୋଜିତ ସମାଜ ମଙ୍ଗଳ ହୁଣ୍ଡୀ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ହୁଣ୍ଡିରୁ ଆଦାୟ ଅର୍ଥକୁ ଜଣେ କର୍କଟ ରୋଗ ପୀଡ଼ିତା ନିମାପଡ଼ା, ଗୋପ ଅଞ୍ଚଳର ବାୟାକୁଦା ଗ୍ରାମର ଜଣେ ଅସହାୟ କର୍କଟ ରୋଗୀ ପୀଡ଼ିତା ଟିକିଲି ବେହେରା, ସ୍ୱାମୀ – ନରେଶ ବେହେରାଙ୍କୁ ଅର୍ଥ ରାଶି ୧୨୫୬୧ଟଙ୍କା ପ୍ରଦାନ କରାଯାଇଥିଲା ।


ଉକ୍ତ ସଭାରେ ଯୁବ ସମାଜସେବୀ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଅତିଥି ଭାବେ ମାନ୍ୟବର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର ଶ୍ରୀମତୀ କେ.ଶାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ କର, ସମାଜସେବୀ ଶ୍ରୀମତୀ ମନସ୍ମିତା ଜେନା, ଶ୍ରୀମତୀ ସସ୍ମିତା ଦାସ, ଶ୍ରୀମତୀ ଲୋରା ମହାପାତ୍ର, ସିପ୍ରା ଚକ୍ରବର୍ତ୍ତୀ, ଶ୍ରୀମତୀ ମୀରା ପରିଡ଼ା, ବାବି ସିଂହଦେଓ, ଯୁବ ସାମ୍ବାଦିକ ଶ୍ରୀଯୁକ୍ତ କିସନ କୁମାର ବରାଇ, ତାପସ ଦାସ, କର୍ପୋରେଟର ଶ୍ରୀଯୁକ୍ତ ଅମରେଶ ଚନ୍ଦ୍ର ଜେନା, ପୁଷ୍ପାଞ୍ଜଳି ସେଠୀ ଅତିଥିଭାବେ ଯୋଗ ଦେଇଥିବା ବେଳେ ‘କଳ୍ପନା ଛକ ଟୋକା ସଂଘ’ର ସଭ୍ୟ ଶ୍ରୀଯୁକ୍ତ ଧୀରେନ୍ ରାଉତରାୟ, କାଳନ୍ଦୀ ବେହେରା, ପବିତ୍ର ଗଜେନ୍ଦ୍ର, ସୀତାକାନ୍ତ ମଲ୍ଲିକ, ହରିପଦ ଦାସ, ଫୁଜୁ କାଦିର, ଶିବଶଙ୍କର ଡାକୁଆ, ସିବାଶିଷ ମହାନ୍ତି, ଅରୁଣ କୁମାର ଜେନା, ସଞ୍ଜୟ ମହାପାତ୍ର, ରତିକାନ୍ତ ସାମନ୍ତରାୟ, ସୁଜିତ ଦାସ, ବିନଦାସ୍ ଚିନୁ, ମଇନା ଆଚାର୍ଯ୍ୟ, ଜଗବନ୍ଧୁ ପଣ୍ଡା, ଜ୍ଞାନେନ୍ଦ୍ର ପଲେଇ, ନାରାୟଣ ଖୁଣ୍ଟିଆ, ସୁନିଲ ସାମନ୍ତରାୟ, ରଞ୍ଜନ ବେହେରା, ରଶ୍ମି ଆଚାର୍ଯ୍ୟ, ଅମିତ୍ ଜେନା, ଲିଙ୍ଗରାଜ ଦାସ, ଚିରଞ୍ଜିବୀ ମହାରଣା, ଲିଟୁ ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.