ଧାମରା : ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ତରଫରୁ ଚଳିତ ବର୍ଷର ଆଦାନୀ ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହିବର୍ଷ (୨୦୧୮) ୧୦ମ ଶ୍ରେଣୀ ପରୀକ୍ଷାରେ ୭୫% ରୁ ଊଦ୍ଧ୍ୱର୍ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କୁ ଆଦାନୀ ମେଧାବୃତ୍ତି ପ୍ରଦାନ କରାଯାଇଅଛି । କରଞ୍ଜମାଳ ପଞ୍ଚାୟତସ୍ଥିତ ଏସ୍ଏସ୍ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଧାମରା ପୋର୍ଟ ଉପସଭାପତି (କର୍ପୋରେଟ୍ ଆଫାୟେର୍ସ) ଜଗତ ପରିଜା ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ ପିନ୍ଧାଇବା ସହ ମାନପତ୍ର ଓ ଚେକ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଦର ପାଶ୍ୱର୍ବର୍ତ୍ତୀ ୮ ଟି ପଞ୍ଚାୟତ ଅଧିନସ୍ଥ ୯ଟି ଉଚ୍ଚ ବିଦ୍ୟାଳକୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ୨୦୦୯ ମସିହାରୁ ଏହି କାର୍ଯ୍ୟକ୍ରମକୁ ବନ୍ଦର କର୍ତ୍ତୃପକ୍ଷ ଆରମ୍ଭ କରି ୧୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମର ଫଳସ୍ୱରୂପ ଅନେକ ଛାତ୍ରଛାତ୍ରୀ ମେଡିକାଲ, ଇଞ୍ଜିନିୟରିଂ ଓ ଶିକ୍ଷାକ୍ଷେତ୍ରରେ ନିଜର କ୍ୟାରିଅର ସଫଳତାର ସହ ଗଢି ପାରିଛନ୍ତି । ଯେଉଁ ଗରୀବ ପରିବାରର ମେଧାବୀ ଛାତ୍ର ଆର୍ଥିକ ଦୂରବସ୍ଥା ଯୋଗୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିଲେ, ଏହାଦ୍ୱାରା ସେମାନେ ଉପକୃତ ହେବା ସଙ୍ଗେ ସଙ୍ଗେ ନିଜର ଭବିଷ୍ୟତ ଗଢି ତୋଳିପାରିଛନ୍ତି ବୋଲି ଉପସ୍ଥିତ ଶିକ୍ଷକମାନେ ମତପ୍ରକାଶ କରିଥିଲେ । ବନ୍ଦରର ଏହି ପ୍ରକାର କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମାଜ ବହୁ ପ୍ରଂଶସା କରିଛନ୍ତି । ସୂଚନାଯୋଗ୍ୟ, ଧାମରା ପୋର୍ଟ ଏହାର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି ସେଥିମଧ୍ୟରୁ ଛାତ୍ରବୃତ୍ତି ଅନ୍ୟତମ । ଆଦାନୀ ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ୟକ୍ରମଟିକୁ ଉତ୍ତମ ଭାବେ ସଂଯୋଜନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ, ବନ୍ଦର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’