Breaking

ଉଦଯାପିତ ହେଲା କଳିଙ୍ଗ ଡାଇଭରସ୍ ତରଫରୁ ଚାଲିଥିବା ସନ୍ତରଣ ଶିବିର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତୁଳସୀପୁର ହାଇସ୍କୁଲ୍ ନିକଟସ୍ଥ ମହାନଦୀ କୂଳରେ କଳିଙ୍ଗ ଡାଇଭରସ୍ ତରଫରୁ ଚାଲିଥିବା ତିରିଶ୍ ଦିନିଆ ସନ୍ତରଣ ପ୍ରଶିକ୍ଷଣ ଶିବିରର ଉଦଯାପନ ହେଇଯାଇଛି । ଏଥିରେ ଉତ୍ତର ପଦେଶର ଏସ୍.ଡ଼ି.ଆର୍.ଏଫ୍ ( ଷ୍ଟେଟ ଡିଜାଷ୍ଟର୍ ରେସପୋନସ୍ ଫୋର୍ସ ) ର ତିରିଶ୍ ଜଣ ଅଫିସର୍ ଙ୍କୁ ଗଭୀର ଜଳରେ ସନ୍ତରଣ କ୍ରିୟାର ପ୍ରଶିକ୍ଷଣ ଦିଆଯାଇଥିଲା । ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡ଼ିଆ ସନ୍ତରଣ ବିତ୍ ଶ୍ରୀ ସବୀର ବକ୍ସ୍ ଙ୍କର ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଚାଲିଥିଲା । ଏହି ପ୍ରଶିକ୍ଷଣରେ ଏକ୍ସ ନେଭି ମାର୍କୋସ୍ କମାଣ୍ଡର୍ ଶ୍ରୀ ପୀତବାସ ସାସ୍ମଲ୍ ପ୍ରଶିକ୍ଷଣ ଦେଇଥିଲେ । ବିପରୀତ ପରିସ୍ଥିତିରେ କିଭଳି ଜଳରୁ ଲୋକଙ୍କୁ ଉଦ୍ଧାର କରାଯିବ ସେଇ ବିଷୟରେ ଶ୍ରୀଯୁକ୍ତ ସାସ୍ମଲ୍ ଏବଂ ବକ୍ସ୍ ପ୍ରଶିକ୍ଷଣ ଦେଇଥିଲେ । ଉଦଯାପନୀ ଅବସରରେ ଅଫିସର୍ ମାନଙ୍କ ଶାରୀରିକ କ୍ଷମତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଯୋଗ ସଂଘ, କଟକ ଶାଖା ତରଫରୁ ଏକ ଘଣ୍ଟାର ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା । ଓଡ଼ିଶା ଯୋଗ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଆଦିତ୍ୟ କୁମାର ଜେନା, ଜିଲ୍ଲା ସଭାପତି ଶ୍ରୀମତୀ ସସ୍ମିତା ରାଏ, ସମ୍ପାଦକ ଶ୍ରୀଯୁକ୍ତ ଗିରିଜା ଶଙ୍କର ଶତପଥୀ, ସହ ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିବେଦିତା ରଥ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ଏଥିରେ କୁନି ପ୍ରତିଭା ପ୍ରଜ୍ଞାପ୍ରଭା ସାହୁ ଯୋଗର ଆଡଭାନ୍ସ୍ ପୋସ୍ଚର୍ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଯୋଗ ଆସୋସିଏସନ୍ ତରଫରୁ ଯୋଗ ପ୍ରଶିକ୍ଷଣ ଦିଆ ଯାଇଥିଲା । ଯୋଗ ପ୍ରଶିକ୍ଷକ ଆଦିତ୍ୟ କୁମାର୍ ଜେନା ଅତ୍ୟାବଶ୍ୟକୀୟ ପ୍ରାଣାୟାମର ଅଭ୍ୟାସ କରେଇଥିଲେ । ପୂର୍ବ ବର୍ଷ ଡିସେମ୍ବର ୨୧ ରୁ ଆରମ୍ଭ ହେଇ ଏହି ପ୍ରଶିକ୍ଷଣ ଶିବିର ଜାନୁଆରୀ ୨୧ ଯାଏଁ ଚାଲିଥିଲା । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ସି.ଏମ୍.ସି କମିଶନର୍ ଶ୍ରୀମତୀ ଅନନ୍ୟା ଦାଶ୍ ଉତ୍ତର ପ୍ରଦେଶ ପୋଲିସର ସମସ୍ତ କୁଶଳୀ ପ୍ରତିଭାଙ୍କୁ ମାନପତ୍ର ପ୍ରଦାନ କରିବା ସହ ଯୋଗର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ସମାଜର ସମସ୍ତ କ୍ଷେତ୍ରରେ ଯୋଗର ଆବଶ୍ୟକତାକୁ ଅନୁଭବ କରେଇଥିଲେ । ଶେଷରେ ଓଡ଼ିଶାର ଗର୍ବ ଗୌରବ ଶ୍ରୀଯୁକ୍ତ ସବୀର୍ ବକ୍ସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.