Breaking

ଜାଗୁଆର ଆଇ-ପେସ୍‌କୁ ଭାରତୀୟ ବଜାରରେ ପ୍ରବେଶ କରାଇବା ଲାଗି ରିଟେଲ ନେଟ୍‌ୱାର୍କ ପ୍ରସ୍ତୁତ

0

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ପ୍ରଥମ ଅଲ୍‌-ଇଲେକ୍ଟ୍ରିକ୍ ଏସ୍‌ୟୁଭି ଜାଗୁଆର ଆଇ-ପେସ୍ ୨୦୨୧ ମାର୍ଚ୍ଚ ୨୩ରେ ଭାରତୀୟ ବଜାରରେ ପ୍ରବେଶ କରିବ । ଏସମ୍ପର୍କରେ ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ରିଟେଲ ନେଟ୍‌ୱାର୍କକୁ ପ୍ରସ୍ତୁତ କରାଯାଇଛି । ଦେଶର ୧୯ଟି ସହରରେ ୨୨ଟି ରିଟେଲ ଆଉଟ୍‌ଲେଟ୍ ସ୍ଥାପନା କରାଯାଇଛି । ଆଇ-ପେସ୍‌ର ବଜାର ପ୍ରବେଶ ପୂର୍ବରୁ ମେଟ୍ରୋ ସହର ଏବଂ ହର୍ବାନ୍ ହବ୍‌ରେ ରିଟେଲର ଚାର୍ଜିଂ ଭିତିଭୂମିକୁ ସୁଦୃଢ଼ କରାଯାଇଛି । ସେହିପରି ରିଟେଲ ଷ୍ଟାଫ୍‌ଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ଇଲେକ୍ଟ୍ରିକ୍ ଭେହିକିଲ୍ ଏକ ନୂତନ ମୋବିଲିଟି ସମାଧାନ ନୁହେଁ । ତେବେ ଏହା ଏକ ନୂତନ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଆମେ ଗ୍ରାହକଙ୍କୁ ଚିନ୍ତାମୁକ୍ତ ଅଭିଜ୍ଞତା ଯୋଗାଇ ଦେବା ପାଇଁ ଆମର ରିଟେଲରଙ୍କ ସହିତ ଲଗାତାର ଉଦ୍ୟମ ଜାରି ରଖିଛୁ । ସମ୍ପ୍ରତି ୩୫ରୁ ଅଧିକ ଇଭି ଚାର୍ଜର ଭାରତବ୍ୟାପୀ ବିଭିନ୍ନ ରିଟେଲ କେନ୍ଦ୍ରରେ ସ୍ଥାପନ କରାଯାଇଛି । ଅଧିକ ଚାର୍ଜର ସ୍ଥାପନ କାର୍ଯ୍ୟ ଜାରି ରହିଛି । ଜାଗୁଆର ଆଇ-ପେସ୍ ଗ୍ରାହକ ଟାଟା ପାୱାରର ଇଜେଡ୍ ଚାର୍ଜ ନେଟ୍‌ୱାର୍କ ମାଧ୍ୟମରେ ଦେଶରେ ଥିବା ୨୦୦ରୁ ଅଧିକ ଚାର୍ଜିଂ ପଏଂଟ୍‌ରେ ଚାର୍ଜ କରିବାକୁ ସୁବିଧା ହାସଲ କରିପାରିବେ । ସୁବିଧା ପାଇଁ ଏଗୁଡ଼ିକୁ ମଲ୍‌, ରେଷ୍ଟୁରାଂଟ୍‌, ଅଫିସ୍‌, ଆବାସିକ କମ୍ପେ୍ଲକ୍ସ୍ ଏବଂ ହାଇୱେରେ ସ୍ଥାପନ କରାଯାଇଛି । ଏହା ସହିତ ଘରେ ଚାର୍ଜିଂ ସମାଧାନ ମଧ୍ୟ ଯୋଗାଇ ଦିଆଯିବାର ଯୋଜନା ରହିଛି । ଘରେ ଚାର୍ଜିଂ କେବୁଲ ସହାୟତାରେ ୭.୪ କିଲୋୱାଟ୍ ଏସି ୱାଲ ମାଉଟେଂଡ୍ ଚାର୍ଜର ସ୍ଥାପନ କରାଯାଇ ପାରିବ ।

ଜାଗୁଆର ଆଇ-ପେସ୍‌ର ବୁକିଂ ଜାରି ରହିଛି । ଏହି କାର୍ ସମ୍ପର୍କରେ ଅଧିକ ବିବରଣୀ ହାସଲ ପାଇଁ ଙ୍ଗଙ୍ଗଙ୍ଗ.ହବଶଙ୍କବକ୍ସ.ସଦ୍ଭ ୱେବସାଇଟ୍
ପରିଦର୍ଶନ କରାଯାଇପାରେ ।ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୬.୬୪ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୫୫.୬୭ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୬.୦୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହାର ଏଫ୍‌-ଟାଇପ୍‌ର ମୂଲ୍ୟ ୯୫.୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।
ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ୨୪ଟି ରାଜ୍ୟର ୨୮ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି । ସେସବୁ ଆଉଟଲେଟ୍ ଗୁଡ଼ିକ ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବାଙ୍ଗାଲୁରୁରେ ୩ଟି, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀରେ ୨ଟି, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇରେ ୨ଟି, ନୋଏଡା, ପୁଣେ, ରାୟପୁର, ବିଜୟୱାଡା, ସୁରଟ ଆଦି ସହରରେ ରହିଛି ।

loading...

Leave A Reply

Your email address will not be published.