ଭୁବନେଶ୍ୱର, ୬ା୫: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁରସିପ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାର ଆଜି ଥିଲା ତୃତୀୟ ଦିବସ । ଏଥିରେ ୬ଟି ଅଧିବେଶନ ରଖା ଯାଇଥିଲା । ବକ୍ତାଭାବେ ଆଇ.ଏ.ଏସ୍ ସଚ୍ଚିନ୍ ଯାଦବ ଏବଂ ଅନନ୍ୟା ଦାସ, ଆଇ.ଏଫ୍.ଏସ୍ ନିଶିତା ମାନ୍, ଆଦିତ୍ୟ ପଣ୍ଡା, ପ୍ରଦୀପ୍ତ ମହାପାତ୍ର, ଶୁଭଶ୍ରୀ ଭଞ୍ଜ, ମୋନାଲିସା ବଳ, ପଞ୍ଚମୀ ମାନୁ ଉକିଲ, ନିଧି ଧାୱାନ, ଆଶେଷ କେ ପାଢୀ, ୟୁ.ଏନ୍ ବେହେରା, ନିଶିକାନ୍ତ ମିଶ୍ର, ସ୍ୱସ୍ତି ମିଶ୍ର, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ସାଂସଦ ସୁଜିତ୍ କୁମାର ପ୍ରମୁଖ ଓଡ଼ିଶା ପର୍ଯ୍ୟଟନର ଭବିଷ୍ୟତ, ଶିକ୍ଷା ଏବଂ ସଶକ୍ତିକରଣରେ ଲିଙ୍ଗଗତ ପାର୍ଥକ୍ୟ, ସି.ଏସ୍.ଆର୍ ଏବଂ ମହିଳା ସଶକ୍ତିକରଣ, ମହିଳା-ଶିକ୍ଷା-ସଶକ୍ତିକରଣ ଭଳି ଅଧିବେଶନରେ ଭାଗନେଇ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ଯାତ୍ରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକୀର୍ତ୍ତୀ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସେହିପରି ଶୁକ୍ରବାର ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ବେଶ୍ ଅଧିକ ଦେଖିବାକୁ ମିଳିଥିଲା ଦର୍ଶକ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ବୁଲି ଦଖିବା ସହ ପାରମ୍ପରିକ ଖାଦ୍ୟର ମଜା ନେଇଥିଲେ । ଏହା ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଦିନ ୧ଟାରୁ ରାତି ୧୦ ଯାଏଁ ଦର୍ଶକ ନିଶୁଳ୍କ ଭାବେ ବୁଲି ଦେଖି ପାରିବେ ବୋଲି ସୂଚନା ଦିଆଯାଇଛି ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story