Breaking

ଆଇପିଏଲ ମହାମୁକାବିଲା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ବହୁ ପ୍ରତୀକ୍ଷିତ ଆଇପିଏଲ ର ଆଜି ଫାଇନାଲ ମ୍ୟାଚ୍। ୪ ଥର ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜର ୫ ମ ଟାଇଟଲ ହାସଲ ଉଦ୍ଦେଶ୍ୟରେ ପଡ଼ିଆ କୁ ଓହ୍ଲାଇବା ବେଳେ ଦିଲ୍ଲୀ କ୍ୟାପିଟାଲ ନିଜର ପ୍ରଥମ ଆଇପିଏଲ ଟ୍ରଫି ପାଇଁ ଚେଷ୍ଟା କରିବ। ଲିଗ୍ ମ୍ୟାଚ୍ ଗୁଡ଼ିକ ରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଟି ମ୍ୟାଚ୍ ରେ ବିଜୟୀ ହୋଇଥିଲା। ତେବେ ଏହା ଦିଲ୍ଲୀର ପ୍ରଥମ ଫାଇନାଲ ହୋଇଥିବାରୁ ଦିଲ୍ଲୀ ଉପରେ ଅପେକ୍ଷାକୃତ ଅଧିକ ଚାପ ରହିବ ବୋଲି ଅନୁମାନ କରାଯାଉଛି। ତେବେ ସର୍ବାଧିକ ଟାଇଟଲ ସହ ନିଜ ବିଜୟ ଯାତ୍ରା କୁ ଅବ୍ୟାହତ ରଖିବା ପାଇଁ ମୁମ୍ବାଇ ପକ୍ଷରୁ ଯଥେଷ୍ଟ ଗୁରୁତ୍ଵ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ପ୍ରଥମ ଥର ଭାରତ ବାହାରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମରୁ ହିଁ ବେଶ୍ ରୋଚକ ହୋଇଥିବା ବେଳେ ଆଜି ଫାଇନାଲ ଉପରେ ଦର୍ଶକଙ୍କ ଆଖି ରହିଛି। ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭.୩୦ ରେ ମ୍ୟାଚ୍ ଆରମ୍ଭ ହେବ। କରୋନା ମହାମାରୀ ସମୟରେ ବିନା ଦର୍ଶକ ରେ ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଅଟେ।

loading...

Leave A Reply

Your email address will not be published.