Breaking

ସବୁ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆସନ୍ତା ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ଉପଲବ୍ଧ ହେବ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର ହୋଇଛି । ୫ଟି ଢାଞ୍ଚାରେ ଉତ୍ତମ ପ୍ରଶାସନକୁ ତ୍ୱରାନ୍ନିତ କରିବା ଦିଗରେ ଅନ୍ୟ ଏକ ବଡ଼ ପହକ୍ଷେପ ଭାବେ ସବୁ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ଯୋଗାଇ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ରାଜ୍ୟ ଲୋକସଭା ଭବନରୁ ଅନୁଷ୍ଠିତ ବୈଠକରେ ଇଲେକଟ୍ରୋନିକ୍ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ କୁମାର ମିଶ୍ର ଇଣ୍ଟରନଟ୍ ସମ୍ବୋଧିତ ପ୍ରଶାସନିକ, ବୈଷୟିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଏ କ୍ଷେତ୍ରରେ ଭାରତ ନେଟ ଯୋଜନାର ହୋଇଥିବା ସମୀକ୍ଷା କରି ଏପ୍ରିଲ ମାସ ସୁଦ୍ଧା ସବୁ ପଞ୍ଚାୟତରେ ଉଚ୍ଚ କ୍ଷମତା ବିଶିଷ୍ଟ ଇଣ୍ଟରନେଟ ଉପଲବ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

loading...

Leave A Reply

Your email address will not be published.