Breaking

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି

0

କଟକ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଆଜି ହାଇକୋର୍ଟ ବାର ଆସୋସିଏଶନର କାର୍ଯ୍ୟକାରୀ କମିଟି ବୈଠକ ବସିବାକୁ ଥିବାରୁ ସେଥିରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ସମସ୍ତ ବିଷୟରେ ଆଜି ନିଷ୍ପତ୍ତି ନିଆଯିବ । ଗୁରୁବାର ସୁପ୍ରିମକୋର୍ଟ ହାଇକୋର୍ଟ ଓକିଲମାନଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୋର୍ଟ କହିଥିଲେ । ହେଲେ ଏହାକୁ ଓକିଲମାନେ ଗ୍ରହଣ କରିନାହାଁନ୍ତି ।
ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ଘଟଣାକୁ ନେଇ ଦାୟର ମାମଲାର ଆଜି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲ୍‌ ବ୍ୟକ୍ତିଗତ ଭାବେ ଶୁଣାଣି ସମୟରେ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ଶୁଣାଣି ପାଇଁ ଅଧିକ ସମୟ ଲୋଡ଼ା ଯାଇଥିଲା।
ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ କଟକ ବାର୍‌ ସଭାପତି ଓ ସଂପାଦକ ଗୋଟିଏ ମାମଲା ଦାୟର କରିଥିବା ବେଳେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଅନ୍ୟ ଦୁଇଟି ମାମଲା ରୁଜୁ କରାଯାଇଛି।

loading...

Leave A Reply

Your email address will not be published.