Breaking

ଔଷଧ ଦୋକାନ ବନ୍ଦ : ରୋଗୀ ଓ ଗ୍ରାହକ ହନ୍ତସନ୍ତ

0

ଭୁବନେଶ୍ୱର: ଇ- ଫାର୍ମାସୀ ଓ ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଦେଶରେ ଶୁକ୍ରବାର ଔଷଧ ଦୋକାନ ବନ୍ଦ ରହିବ। ଅଖିଳ ଭାରତ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରି ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି । ଏହା ବିରୋଧରେ ମହାସଂଘ ବନ୍ଦ ଡାକରା ଦେଇଛି । ଏହାଛଡା ଅନ୍‌ଲାଇନ ଔଷଧ ବିକ୍ରି କେବଳ ବାଣିଜି୍ୟକ ଦୃଷ୍ଟିକୋଣରୁ ନୁହେଁ, ବରଂ ରୋଗୀମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ। ଏହାଦ୍ୱାରା ଭବିଷ୍ୟତ ପିଢି ଅଧିକ କ୍ଷତିଗ୍ରସ୍ତ ହେବେ। ଇ- ଫାର୍ମାସୀ ବ୍ୟବସ୍ଥାକୁ ବନ୍ଦ କରିବାକୁ ମହାସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ବାଧ୍ୟ ହୋଇ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସଂଘ କହିଛି। ସରକାରଙ୍କ ନିଷ୍କ୍ରିୟତା ଦେଶର ୧୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଯଦି ସରକାର ନିଜ ଜିଦ୍‌ରେ ଅଟଳ ରହିବେ ତେବେ ଔଷଧ ବ୍ୟବସାୟୀମାନେ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

loading...

Leave A Reply

Your email address will not be published.