Breaking

ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିରେ ସ୍ୱଚ୍ଛତା ଅଭିଯାନ ଉଦ୍‌ଯାପିତ

0

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପକ୍ଷରୁ ୧୫ଦିନ ଧରି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । କ୍ୟାମ୍ପସ୍‌ର ଚିଲ୍ଡରେନ୍ସ ପାର୍କରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମଇ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପ୍ରଭାତ ପରିକ୍ରମା ଏବଂ ସ୍କୁଲର ଛାତ୍ରଛାତ୍ରୀ, ଆଇଏମ୍‌ଏମ୍‌ଟିର ବିଭିନ୍ନ ବିଭାଗ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାମାନ ହୋଇଥିଲା । ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିଦ୍ଦେର୍ଶକ ପ୍ରଫେସର ଏସ୍‌. ବାସୁ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଏହି କ୍ୟାମ୍ପସ୍ ମଧ୍ୟରେ ସୁସ୍ଥତା ଓ ପରିବେଶର ପରିଚ୍ଛନ୍ନତା ଅଣିବା ଉପରେ ଆମେ ଏହି ଅଭିଯାନର ଆରମ୍ଭ କରିଥିଲୁ । ଆଗମୀ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ଆଣିବା ଦିଗରେ ରଚନା, କୁଇଜ, ନାଚ, ଗୀତ, ଚିତ୍ରାଙ୍କନ ଏବଂ ଫ୍ୟାନ୍ସି ଡ୍ରେସ୍ ଆଦି ପ୍ରତିଯୋଗୀତାମାନ କରାଯାଇଥିଲା । ଉଦ୍‌ଯାପନୀ ଅବସରରେ ବିଭିନ୍ନ ବିଭାଗ ଏବଂ ଏହାର କର୍ମକତା, ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନର ନୋଡାଲ ଅଫିସର ଡ଼ ବିଭୁଦତ ପ୍ରଧାନ ଉଦ୍‌ଯାପନୀ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ ବର୍ଷା ଦାସ, ଡ଼ ସନ୍ତୋଷ ବେହେରା, ଡ଼ ସୀମାନ୍ତିନୀ ନାୟକ ଏବଂ ସେମାନଙ୍କ ଦଳର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉଦ୍ଦ୍ୱର୍ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।

loading...

Leave A Reply

Your email address will not be published.