Breaking

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଉତ୍ସର୍ଗୀକୃତ ଭ୍ରାମ୍ୟମାଣ ଏଟିଏମ୍ ମୂତୟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଭ୍ରାମ୍ୟମାଣ ଏଟିଏମ୍ ମୂତୟନ କରାଯାଇଛି । କରୋନା ଭୂତାଣୁ ବ୍ୟାପିବା ପରେ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା, ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ଏହି ଭ୍ୟାନ୍ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବ ।
ସ୍ଥାନୀୟ କର୍ତୃପକ୍ଷଙ୍କ ସହଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସହଜରେ ପହଂଚି ହେଉଥିବା ସ୍ଥାନଗୁଡ଼ିକରେ ଏହି ଏଟିଏମ୍ ଭ୍ୟାନ୍ ମୂତୟନ କରାଯିବ । ଏହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ପୁରୀ, ଗଂଜାମ, ଯାଜପୁର ଓ
କେନ୍ଦ୍ରାପଡ଼ା । ସାଧାରଣ ଭାବେ ଏଟିଏମ୍‌ରେ ଉପଲବ୍ଧ ହେଉଥିବା ସବୁ ପ୍ରକାର ସେବା ଭ୍ରାମ୍ୟମାଣ ଏଟିଏମ୍‌ରେ ଉପଲବ୍ଧ ହେବ । ଟଙ୍କା ଉଠାଣ ବ୍ୟତୀତ ସ୍ଥାନୀୟ ବାସିନ୍ଦାମାନେ ପଞ୍ଜୀକୃତ ହୋଇଥିବା ଲୋକମାନଙ୍କୁ ପାଣ୍ଠି ପଠାଇପାରିବେ,ପିନ୍ ବଦଳାଇପାରିବେ, ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରବେ ଏବଂ ଫିକ୍ସଡ୍ ଡିପୋଜିଟ୍ ଖୋଲିପାରିବେ । ଏହି ଭ୍ରାମ୍ୟମାଣ ଏଟିଏମ୍‌ରୁ ଗ୍ରାହକମାନେ କାର୍ଡବିହୀନ ଟଙ୍କା ଉଠାଣ ସୁବିଧା ମଧ୍ୟ ପାଇପାରିବେ । ନିକଟରେ ବ୍ୟାଙ୍କ ପକ୍ଷରୁ ଦିଲ୍ଲୀ ଏନସିଆର, ନୋଏଡା, ମୁମ୍ବାଇ,ଚେନ୍ନାଇ, ବାରାଣାସୀ, ପାନିପତ (ଭେଲୋର ନିକଟରେ) ,ଅହମ୍ମଦାବାଦ,କୋଏମ୍ବାଟୁର, ତିରୁପୁର ଓ ଏରୋଡ୍‌ରେ ଭ୍ରାମ୍ୟମାଣ ଏଟିଏମ୍ ମୂତୟନ କରାଯାଇଛି ।

loading...

Leave A Reply

Your email address will not be published.