Breaking

ଡ଼କ୍ଟର ଚିଦାତ୍ମିକା ଖଟୁଆ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ନିଯୁକ୍ତ

0

ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ବାର୍ଷିକ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀ ପ୍ରଦୀପ ସୁରେଖା ଏବଂ ଡ଼ାଇରେକ୍ଟର ଜେନେରାଲ ଡ଼କ୍ଟର ରାଜୀବ ସିଂହ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀ ଜେ.ବି. ପାଣି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇଥିବା ବେଳେ ଶିକ୍ଷା ଓ କୃଷିକୁ ନେଇ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡ଼କ୍ଟର ଚିଦାତ୍ମିକା ଖଟୁଆଙ୍କୁ ଏହି ବର୍ଷ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ଭାବେ ଘୋଷଣା କରାଯାଇଥିଲା । ଏହାକୁ ପୂର୍ବରୁ ସ୍ୱର୍ଗତ ଶ୍ରୀ ବିଜୟ ସାହୁ, ଚେୟାରମ୍ୟାନ “ମୋ ସ୍କୁଲ” ଏହି କାର୍ଯ୍ୟଭାର ତୁଲାଉଥିଲେ । ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ସାରା ଓଡ଼ିଶାରେ ବାଣିଜ୍ୟ, ଅର୍ଥନୈତିକ ଉନ୍ନତିକରଣ ସହ କୃଷି ଓ ପ୍ରଯୁକ୍ତି ବିଦ୍ୟା, ଖଣିଜ ସମ୍ପଦ, ବନିକରଣ, ସୁରକ୍ଷା, ରାସାୟନିକ ଦ୍ରବ୍ୟ, କୃଷିସାର, ନିର୍ମାଣକ୍ଷେତ୍ର, ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ, ତୈଳ ଏବଂ ଗ୍ୟାସ, ପରିବେଶ, ଖୁଚୁରାବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ରଭାବେ କାର୍ଯ୍ୟକରୁଅଛି । କାର୍ଯ୍ୟକ୍ରମ ଶେଷରେ ସହ ଅଧ୍ୟକ୍ଷ ଶ୍ରୀ ଏମ୍‌.କେ. ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.