ଭୂବନେଶ୍ବର:ଆଗକୁ ନିର୍ବାଚନ।ନିର୍ବାଚନ ଆଗରୁ ଅଦଳବଦଳ। ରାଜ୍ୟରେ ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ସମର୍ଥ ବର୍ମାଙ୍କୁ ବିଏମସି କମିଶନର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିମଏସି କମିଶନର ପଦବୀରେ ଥିବା ଶୁଭମ ସକସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡ଼ିସି ଭାବେ ନିଯୁକ୍ତ କରାଯାଇଛି । ଏପଟେ ଜଗତସିଂହପୁର ଜିଲ୍ଲାପାଳ ପଦବୀରୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ଯାମିନୀ ଷଡ଼ଙ୍ଗୀ । ରାୟଗଡ଼ା ଜିଲ୍ଲାପାଳଭାବେ ଥିବା ଗୁହା ପୁନମ ତାପସ କୁମାରଙ୍କୁ ବଦଳି କରାଯାଇ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବାବେଳେ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ଏହାସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଥିବା ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାପାଳ ଦାୟିତ୍ୱରେଥିବା ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’