Breaking

ପୁଣି ଏକ ନାବାଳିକା ଛାତ୍ରୀ ଗର୍ଭବତୀ

0

ଭୁବନେଶ୍ବର :ପୁଣି ଏକ ନାବାଳିକା ଛାତ୍ରୀ ଗର୍ଭବତୀ , ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରେ ।

ସମ୍ପୃକ୍ତ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ବାରିପଦାର ଏକ ମେଡିକାଲ କଲେଜରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ନେଇ ବିଶେଷ ସୁତ୍ରରୁ ପ୍ରକାଶ ।

ଏହି ଘଟଣା ସମ୍ପର୍କରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଉଦଳା ଥାନାରେ ଏକ ଏତଲା ଦାଏର କରିଛନ୍ତି ।

ଅନ୍ୟପକ୍ଷରେ ଏହି ଦାଏର ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ବାରିପଦା ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସେହି ଘଟଣାରେ ଉକ୍ତ ଆଶ୍ରମ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଥିଲା ।

loading...

Leave A Reply

Your email address will not be published.