ଭୁବନେଶ୍ୱର: ପାତ୍ରପଡ଼ା ସ୍ଥିତ ଡ.ଇନାକ୍ସି ସ୍ବାଇଁଙ୍କ ଦ୍ବାରା ପରିଚାଳିତ ଅତ୍ୟାଧୁନିକ ଡେଣ୍ଟାଲ କ୍ଲିନିକ୍ ‘ ଆଇ କେୟାର’ ଡେଣ୍ଟାଲ ସଲ୍ୟୁସନ୍ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ଲିନିକରେ ଦୀର୍ଘ ଏକ ବର୍ଷ ହେବ ସଫଳତାର ସହ ହଜାରରୁ ଉର୍ଦ୍ଧ୍ବ ଦାନ୍ତ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଏ । ଏଠାରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କସ୍ମେଟିକ ଡେଣ୍ଟିଷ୍ଟ୍ରି, ଅର୍ଥୋଡୋଣ୍ଟିକ୍ସ, ଡେଣ୍ଟାଲ ଇମ୍ପ୍ଲାଣ୍ଟସ୍, ଓରାଲ କ୍ୟାନସର ପେଡୋଡଣ୍ଟିକ୍, ରୁଟ୍ କେନାଲ, ଟୁଥ ଫାଇଲିଂ ଓ ରିଷ୍ଟୋରେସନ୍, ଟିଥ୍ କ୍ଲିନିଙ୍ଗ୍ଓ ସ୍କେଲିଂ ଭଳି ବିଭିନ୍ନ ରେଗର ସ୍ବଳ୍ପ ମୂଲ୍ୟରେ ଚିକିତ୍ସା କରାଯାଏ ।
ଏହା ଭୁବନେଶ୍ବର ସହ ଆଖପାଖ ଅଞ୍ଚଳର ଅନେକ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛି । ଏଥିନେଇ ଡ.ଇନାକ୍ସି ସ୍ବାଇଁ କୁହନ୍ତିଯେ, ‘ଆଇ କେୟାର’ ଡେଣ୍ଟାଲ ସଲ୍ୟୁସନ୍ ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ଦାନ୍ତ ଚିକିତ୍ସା ସୁବିଧା ଯୋଗେଇଦେବା ଉଦ୍ଦେଶ୍ୟରେ ଏକ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା । ଆଜି ସଫଳତାର ସହ ଏକ ବର୍ଷ ପୂର୍ତ୍ତି ପାଳନ କରିଛି । ଭୁବନେଶ୍ବରରେ ଏକମାତ୍ର ଅତ୍ୟାଧୁନିକ ଦାନ୍ତ ସେବା ଯୋଗାଇବାରେ ସଫଳତା ଲାଭ କରିଛି ।
ଆଗାମୀ ଦିନରେ ଓଡ଼ିଶାର ଅନେକ ସ୍ଥାନରେ କେୟାର’ ଡେଣ୍ଟାଲ ‘ ଆଇ ସଲ୍ୟୁସନ୍ର ଶାଖା ବିସ୍ତାର କରାଯିବା ସହ ଉନ୍ନତ ଜ୍ଞାନକୌଶଳକୁ ଆପଣାଇ ରୋଗୀଙ୍କୁ ସ୍ବଳ୍ପ ମୂଲ୍ୟରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ । ଡ.ଇନାକ୍ସି ସ୍ବାଇଁଙ୍କ ସଫଳତା ପଛରେ ତାଙ୍କ ପିତା ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ମାତା ସୁଷମା ସ୍ବାଇଁ ଅନେକ ପ୍ରେରଣା ରହିଛି।
Breaking
MobilTM Celebrates the First-ever MotoGP™ Bharat by Powering Red Bull KTM Factory Racing TeamBidyasagar Classes: A Decade of Transforming Dreams into RealityBidyasagar Classes: A Decade of Excellence in EducationTHE NEW RANGE ROVER VELAR: SOPHISTICATED ELEGANCE COUPLED WITH COMPELLING DESIGNଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ମେଘ ଉତ୍ସବ 2023 ଉଦ୍ଘାଟିତ