Breaking

ସ୍ମାର୍ଟ ସିଟିରେ ଦବିଲା ରାସ୍ତା, ଲୋକେ ଆତଙ୍କିତ

0

ଭୁବନେଶ୍ୱର:ରାଜଧାନୀରେ ରାଜରାସ୍ତାରେ ବିରାଟ ଗାତ। ସ୍ମାର୍ଟସିଟିର ନିକୋ ପାର୍କ ରାସ୍ତାରେ ୫ ଫୁଟର ଗାତ ହୋଇ ଯାଇଛି । ଲଗାଣ ବର୍ଷା ଯୋଗୁଁ ବେହାଲ ଭୁବନେଶ୍ବର ସହର ଭିତରେ ଥିବା ଏହି ମୁଖ୍ୟ ରାସ୍ତାରେ ଆଜି ହଠାତ ରାସ୍ତା ଦବି ଯାଇ ଗାତ ହୋଇଥିଲା ।ତେବେ ଅପରାହ୍ନ ୪ଟାରେ ରାସ୍ତା ଦବି ଯାଇଥିବା ସ୍ଥାନୀୟ ଲୋକମାନେ ପ୍ରତିକ୍ରିୟା ଦେଉଥିବା ବେଳେ ଏପର୍ଯ୍ୟନ୍ତ ବିଏମ୍‌ସି ଏବଂ ଉକ୍ତ ବିଭାଗର କୌଣସି ଅଧିକାରୀଙ୍କର ଦେଖା ମିଳିନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର କାରଣ ଜଣାପଡିନଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

loading...

Leave A Reply

Your email address will not be published.