Breaking

ଶସ୍ତା ହେଲା ଇଲିିସି ! ୧୫୦୦ ପରିବର୍ତ୍ତେ କିଲୋ ହେଲା ୨୦୦ଟଙ୍କା

0

ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର।ଯୋଡା (୬୦୦ଗ୍ରାମ) ୨୦୦ଟଙ୍କାରେ ମିଳୁଛି। ପୂର୍ବରୁ ଏହାର ଦାମ୍‌ ୧୫୦୦ଟଙ୍କାରୁ ଅଧିକ ଥିଲା। ଇଲିଶି ଶସ୍ତା ହୋଇଥିବାରୁ ପାରାଦ୍ୱୀପ ବାଲିପ୍ଲଟ ମାଛ ମାର୍କେଟ ଓ ମାଛଧରା ବନ୍ଦରରେ ଗ୍ରାହକଙ୍କ ଭିଡ଼ ଜମିଛି। ମାଛକୁ ସଂରକ୍ଷିତ କରିବାକୁ ପର୍ଯ୍ୟାପ୍ତ ପରିମାଣର ବରଫ ମିଳୁନଥିବାରୁ ମାଛ ଅଧିକ ଶସ୍ତା ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି।ନିକଟରେ ଧାମରାରେ ଇଲିଶି ଶସ୍ତା ହୋଇଥିବା ବେଳେ ପାରାଦ୍ୱୀପରେ ଏହି ମାଛ ଦେଖିବାକୁ ମିଳିନଥିଲା। ତେବେ ବୁଧବାର ସଂଧ୍ୟାରୁ ପାରାଦ୍ୱୀପରେ ପ୍ରଚୁର ପରିମାଣର ଇଲିଶି ମାଛ ଉତ୍ପାଦନ ହେଉଛି। ଅଧିକ ମାଛ ଉତ୍ପାଦନ ଓ ବାର ଅବାର ଯୋଗୁଁ ମାଛ ବି ଶସ୍ତା ହୋଇଛି।ଶସ୍ତାରେ ଇଲିଶି ମିଳୁଥିବାରୁ କାଳେ ପୁଣି ଦର ବଢିଯିବ ସେଥିପାଇଁ ବହୁ ଗରାଖ ମାଛ ବଜାରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।

loading...

Leave A Reply

Your email address will not be published.