Breaking

ଭୁଶୁଡିଲା କ୍ୟୁଏଟି ଗଡ ! ବିବାଦରୁ ବଳିପଡିଲେ ପୋଲିସ୍ ବାବୁ

0

ଭୁବନେଶ୍ୱର:ଦୀପକ ଲେଙ୍କା ଜଣେ ଦକ୍ଷ ପୋଲିସ ଅଫିସର ଭାବରେ କମିସନରେଟ୍ ପୋଲିସରେ ବେଶ ଜଣାଶୁଣା।ଉତ୍ତମ କାର୍ଯ୍ୟ ଦକ୍ଷତା ହେଉ ବା ନିଜର ସାହାସିକତା ପାଇଁ ପୋଲିସ୍ ବିଭାଗରେ ସେ ଉଚ୍ଚ ପ୍ରଶଂସିତ ।ନିଜର କାର୍ଯ୍ୟ ଦକ୍ଷତା ପାଇଁ ଶ୍ରୀ ଲେଙ୍କାଙ୍କୁ କମିସନରେଟ୍ ପୋଲିସ୍ ର କ୍ୟୁଏଟିର କାର୍ଯ୍ୟଭାର ଦିଆଯାଇଥିଲା।ଶ୍ରୀ ଲେଙ୍କା କାର୍ଯ୍ୟଭାର ନେବା ଦିନଠାରୁ ନିଜର କାର୍ଯ୍ୟ ଦକ୍ଷତା ବଳରେ ଅପରାଧୀ ଦମନ ହେଉ ବା ଚୋରା ମଦକାରବାର କିମ୍ବା ସେକ୍ସ ରାକେଟ୍ ସବୁ ପ୍ରକାର ଅପରାଧୀଙ୍କୁ ଦମନ କରିବାରେ ସଫଳ ହୋଇଥିଲେ।ମିଳିଥିବା ରିପୋର୍ଟ ଅନୁସାରେ କ୍ୟୁଏଟି ଗଠନ ହେଲା ଦିନଠାରୁ ଅପରାଧୀକ କାର୍ଯ୍ୟକଳାପ ଦମନରେ କ୍ୟୁଏଟି ପ୍ରାୟ ଦେଢଗୁଣା ସଫଳ ହୋଇଛି।ନିଜ ଦକ୍ଷ କାର୍ଯ୍ୟଶୈଳି ପାଇଁ ଶ୍ରୀଲେଙ୍କାଙ୍କୁ କମିସନରେଟ୍ ପୋଲିସର ଶ୍ରେଷ୍ଠ ଅଧିକାରୀ ଭାବରେ ପୁରସ୍କୃତ ମଧ୍ୟ ହୋଇଥିଲେ।ହେଲେ ସେ ଦକ୍ଷ ଅଧିକାରୀ ଏବେ ଅଲୋଡା। ନିଶା କାରବାରକୁ ନେଇ କିଛି ଅନୌତିକ କାରବାର ହସ୍ତଗତ ହୋଇଥିବାରୁ ଦୀପକଙ୍କ ବିରୋଧରେ, କମିଶନର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉଅଛି ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞାପ୍ତିରେ ଜଣାଇ ଦିଆଯାଇଛି।ତେବେ କ୍ୟୁଏଟି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶ୍ରୀ ଲେଙ୍କାଙ୍କ ନିଲମ୍ବନ ପଛରେ ପୋଲିସ୍ ବିଭାଗରେ ଥିବା ମଧୁଚନ୍ଦିକାକୁ ନେଇ ଚର୍ଚ୍ଚା ଯୋର୍ ଧରିଛି।ଏନେଇ ଆମେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କର ପ୍ରତିକ୍ରିୟା ନେବା ପାଇଁ ଚାହିଁଥିଲୁ।କିନ୍ତୁ ସେମାନେ ଏ ବିଷୟରେ ମୁହଁ ଖୋଲିବାକୁ ନାରାଜ ହୋଇଥିଲେ।ତେବେ ଏନେଇ ଦୀପକ ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁଁ ନିର୍ଦ୍ଧୋଶ ।ମୋ ପ୍ରତି ଅନ୍ୟାୟ କରାଯାଇଅଛି।ଯଦି ମୋ ବିରୋଧରେ କିଛି ଅନୌତିକତା ପ୍ରମାଣିତ ହୁଏ ତେବେ ମୋ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ମୁଁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି।ସତ୍ୟର ଜୟ ହେବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

loading...

Leave A Reply

Your email address will not be published.