Breaking

ଟ୍ରାଫିକ୍‌ରେ ଗାଡିର ଇଞ୍ଜିନ ବନ୍ଦ ରଖିବାକୁ ‘ଏଚ୍‌ଡିଏଫ୍‌ସି’ର ଆହ୍ୱାନ

0

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ପରିବର୍ତନ ଦ୍ୱାରା ଏକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଏଜି ଛକ ଟ୍ରାଫିକ୍ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଥିମ୍ ରହିଥିଲା ଟ୍ରାଫିକ୍ ଛକରେ ଇଞ୍ଜିନ ଅଫ୍ । ମୁଖ୍ୟଅତିଥି ଭାବେ ଟ୍ରାଫିକ୍ ଡ଼ିସିପି ଠାକୁର ପ୍ରସାଦ ପାତ୍ର ଏହାକୁ ଉଦ୍‌ଘାଟନ କରି କହିଛନ୍ତି ଗାଡିର ଦୂଷିତ ଧୂଆଁ ପ୍ରଭାବରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିରୁ ବର୍ତିବା ପାଇଁ ଟ୍ରାଫିକ୍ ଛକରେ ନାଲି ସିଗନାଲ ଦେବା ସମୟରେ ଗାଡି ଇଞ୍ଜିନ ବନ୍ଦ ରଖନ୍ତୁ । ଯାହା ଦ୍ୱାରା ଗାଡିରୁ ବାହାରୁଥିବା ଧୂଆଁ ପରିବେଶକୁ ବଞ୍ଚାଇବା ସହ ଆଖ ପାଖ ଲୋକଙ୍କୁ ଏଥିରୁ ରକ୍ଷା କରିପାରିବ । ଏହା ସହ ପରିବେଶକୁ ବଞ୍ଚାଇବା ପାଈ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ।
ଏଚ୍‌ଡ଼ିଏଫ୍‌ସି ଓଡ଼ିଶା ଜୋନର ଭାଇସ୍ ପ୍ରେସିଡେଣ୍ଟ କ୍ଳଷ୍ଟର ହେଡ଼୍ ଅନିମେଶ ବିଶ୍ୱାଳ କହିଲେ ପରିବେଶ ଦିବସ ପାଇଁ ପରିବର୍ତ୍ତନ ମାଧ୍ୟମରେ ସାରା ଭାରତର ୪୦ ଟି ସହରରେ ଏବଂ ୧୨୦ଟି ଟ୍ରାଫିକ୍ ପୋଷ୍ଟରେ ସଚେତନ କରାଯାଉଛି । ଟ୍ରାଫିକ୍ ଛକରେ ଗାଡି ଅଟକିବା କ୍ଷଣି ଇଞ୍ଜିନ ବନ୍ଦ ରଖିବାକୁ ପ୍ରତ୍ୟେକ ଗାଡି ଚାଳକଙ୍କୁ ଆହ୍ୱାନ କରାଯାଉଛି । ଏହା ସହ ଅଧିକ ଗାଡ଼ି ବ୍ୟବହାର ନକରି ପବ୍ଳିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଲୋକଙ୍କୁ ବୁଝାଯାଉଛି । ଏହି ଅବସରରେ ଭୁବନେଶ୍ୱରର ଏଜି, କମିଶନରେଟ୍ ଅଫିସ୍ ଏବଂ ନାଲକୋ ଛକରେ ଏକ ଷ୍ଟ୍ରିଟ୍ ପ୍ଳେ ମାଧ୍ୟମରେ ଗାଡି ଚାଳକଙ୍କୁ ସଚେତନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା ଏବଂ ଆଇଆଇସି ଦେବେନ୍ଦ୍ର କୁମାର ବିଶ୍ୱାଳ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.