Breaking

ତଳକୁ ଖସୁଛି ଭାରତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ବିଶ୍ବବ୍ୟାଙ୍କ ତାଲିକାରେ ତଳକୁ ଖସିଲା ଭାରତ। ବିଶ୍ବ ବ୍ୟାଙ୍କ ଭାରତକୁ ବିକାଶଶୀଳ ଦେଶ ଭିତରେ ଥିବା ତାଲିକାରୁ ହଟାଇ ଦେଇଛି। ଭାରତ ମିଡିଲ ଇନକମ୍ କାଟାଗୋରୀରେ ପହଁଞ୍ଚିଯାଇଛି। ଏହି ନୂଆ ତାଲିକାରେ ଜାମ୍ବିୟା, ଘାନା, ଗ୍ବେଟମାଲା, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଦେଶ ଭିତରେ ଭାରତ ସ୍ଥାନ ପାଇଛି। ସବୁଠାରୁ ଖରାପ କଥା ଭାରତକୁ ଛାଡି ଚୀନ, ଋଷ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଅପର ମିଡିଲ ଇନକମ୍ ଶ୍ରେଣୀରେ ଆସନ୍ତି। ଏପର୍ଯ୍ୟନ୍ତ ନିମ୍ନ ଓ ମଧ୍ୟମ ଇନକମ୍ ଦେଶକୁ ବିକାଶଶୀଳ ଓ ହାଇ-ଇନକମ୍ ଦେଶକୁ ବିକଶିତ ଦେଶ ମଧ୍ୟରେ ଗଣାଯାଇଥାଏ ଓ୍ବାର୍ଲ୍ଡ ବ୍ୟାଙ୍କ ଅର୍ଥବ୍ୟବସ୍ଥାର ବଣ୍ଟନ ଶ୍ରେଣୀର ଅନୁସାରେ ପରିବର୍ତ୍ତନ କରିଛି। ବିଶ୍ବବ୍ୟାଙ୍କର ଡାଟା ସାଇନଟିଷ୍ଟ ତାରିକ ଖୋଖର କହିଛନ୍ତି, ଆମର ଓ୍ବାର୍ଲ୍ଡ ଡେଭଲପମେଣ୍ଟ ଇଣ୍ଡିକେଟର୍ସ ପବ୍ଲିକେସନରେ ଆମେ ନିମ୍ନ ଓ ମିଡିଲ ଇନକମ୍ ଦେଶକୁ ବିକାଶଶୀଳ ଦେଶ ସହିତ ରଖିବା ବନ୍ଦ କରିଦେଇଛୁ। ବିଶ୍ଲେଷଣାତ୍ମକ ଉଦେଶ୍ୟରୁ ଭାରତକୁ ଲୋୟର ମିଡିଲ ଇନକମ୍ ଅର୍ଥବ୍ୟବସ୍ଥାରେ ରଖାଯାଇଛି।

loading...

Leave A Reply

Your email address will not be published.