Breaking

ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ମଧ୍ୟରେ ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଭାରତ ବନ୍ଦ ଯୋଗୁଁ ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜି ଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ତେବେ ରସ୍ତା ରୋକ ପ୍ରଭାବରେ ବିଧାନସଭା ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି ।କଡା ସୁରକ୍ଷା ମଧ୍ୟରେ ବିଧାନସଭାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ । କିଛି ମନ୍ତ୍ରୀ ବାଇକ୍‌ରେ ବସି ଆସିଥିବାବେଳେ ବିଧାୟକମାନେ ଚାଲି ଚାଲି ଭିତରେ ପ୍ରବେଶ କରିଛନ୍ତି। ସଚ୍ଚିବାଳୟ ପଛ ଗେଟ୍‌ ଦେଇ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଛନ୍ତି କର୍ମଚାରୀ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

loading...

Leave A Reply

Your email address will not be published.