Breaking

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ରେଳରୋକ

0

ଭୁବନେଶ୍ୱର :ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ବିରୋଧରେ କଂଗ୍ରେସ ପକ୍ଷରୁ ସୋମବାର ‘ଭାରତ ବନ୍ଦ’ ପାଳନ କରାଯାଉଛି । ଦେଶ ସମେତ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାରାରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି।ସକାଳ ୬ଟାରୁ କଂଗ୍ରେସ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗାଡିମୋଟର ଚଳାଚଳ ବି ବନ୍ଦ ରହିଛି । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ବସ୍ ଚଳାଚଳ ଠପ୍ ହୋଇଯାଇଛି। ସେହିପରି ଷ୍ଟେସନରେ ମଧ୍ୟ ଟ୍ରେନ୍ ଅଟକି ରହିଛି। ଫଳରେ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଅଟକି ରହିଛନ୍ତି । ଗାଡ଼ି ମୋଟର ଚାଲୁ ନଥିବାରୁ ବେଶ ହଇରାଣ ହେଉଛନ୍ତି ସାଧାରଣ ଲୋକ ।

କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିବା ସୂଚନା ମିଳିଛି।ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ଭଦ୍ରକରେ ମଧ୍ୟ କଂଗ୍ରେସ କର୍ମୀଙ୍କ ପିକେଟିଂ କରି ରାସ୍ତାରୋକ କରି ବନ୍ଦ ପାଳନ କରୁଛନ୍ତି। ସମ୍ବଲପୁର ଷ୍ଟେସନରେ ରେଳ ରୋକ କରିଛନ୍ତି କଂଗ୍ରେସ କର୍ମୀ। ସମ୍ବଲପୁର ଷ୍ଟେସନରେ ଅଟକିଛି ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ।ବନ୍ଦ ପାଇଁ ରାଜଧାନୀ ଓ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ରାଜଧାନୀରେ ପ୍ରାୟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବାବେଳେ ବିଧାନସଭା ଧାରଣାସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

loading...

Leave A Reply

Your email address will not be published.