Breaking

ହାଇଦ୍ରାବାଦ ଗଣଦୁଷ୍କର୍ମ-ହତ୍ୟା ମାମଲାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

0

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ପୁଲିସ ଦାବି କରିଛି ଯେ ଅପରାଧ ଦୃଶ୍ୟର ପୁନଃସଂରଚନା ପାଇଁ ସେମାନଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ସେଠାରୁ ଖସିଯିବାକୁ ଉଦ୍ୟମ କରିବା କାରଣରୁ ଏନ୍‌କାଉଣ୍ଟର୍‌ କରି ସେମାନଙ୍କୁ ମାରି ଦିଆଯାଇଛି। ହାଇଦ୍ରାବାଦ ଶାଦନଗରରେ ପଶୁଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତ ଶିବା, ନବୀନ, କେଶବୁଲ ଓ ମହମ୍ମଦ ଆରିଫଙ୍କୁ ରିମାଣ୍ଡରେ ନେଇଥିଲା । କୁହାଯାଉଛି ଯେ, ପୀଡ଼ିତାଙ୍କୁ ଯେଉଁଠାରେ ହତ୍ୟା କରିଥିଲେ ପୋଲିସ ତଦନ୍ତ ପାଇଁ ସେହି ସ୍ଥାନ ନିକଟରେ ଥିବା ଫ୍ଲାଇଓଭରକୁ ନେଇଥିଲା । ପଚରାଉଚରା ବେଳେ ପୋଲିସର ସାମାନ୍ୟ ଅବହେଳାର ସୁଯୋଗ ନେଇ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଅନ୍ୟ ଉପାୟ ନ ପାଇ ଶେଷରେ ଏନକାଉଣ୍ଟର କରିଥିଲା । ପୋଲିସର ଏହି ଏନକାଉଣ୍ଟରେ ଅଭିଯୁକ୍ତମାନେ ନିହତ ହୋଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୋଲିସ କମିଶନର ଏହା ସ୍ପଷ୍ଟ କରିଛନ୍ତି

ସୂଚନାଯୋଗ୍ୟ ମହିଳା ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଅଭିଯୋଗରେ ନଭେମ୍ବର ୨୯ ତାରିଖ ଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଏବଂ ଶନିବାର ଦିନ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ଅଭିଯୁକ୍ତ ଚେର୍‌ଲାପାଲ୍ଲୀ କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ।

loading...

Leave A Reply

Your email address will not be published.