Breaking

୧୭ନମ୍ଵର୍ ୱାର୍ଡ଼ରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

0

ଭୁବନେଶ୍ବର, ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ୧୭ନମ୍ବର ୱାର୍ଡ କାର୍ଯ୍ୟାଳୟଠାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତର ଜୋନ୍ ଡେପୁଟି କମିଶନର ପୁରନ୍ଦର ନନ୍ଦ, ୧୭ନମ୍ବର ୱାର୍ଡର କର୍ପୋରେଟର ପୂଜା ମହାରଣା, ୱାର୍ଡ ଅଧିକାରୀ ଶ୍ରୀକାନ୍ତ ମହାନ୍ତି, ବିଜୁ ଜନତା ଦଳର ଭୁବନେଶ୍ବର ଜିଲା ସମ୍ପାଦକ ଭୋଳାନାଥ ମହାରଣାଙ୍କ ସମେତ ପ୍ରତ୍ୟକ ସାହିର ଏସଏଚଜି ଗ୍ରୁପର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦାମାନଙ୍କ ମୌଳିକ ସମସ୍ୟା ସମ୍ବୋଧରେ ଆଲୋଚନା କରାଯିବା ସହ କିପରି ଶୀଘ୍ର ସମାଧାନ କରାଯାଇପାରିବ ସେ ବିଷୟରେ ଅଲୋଚନା କରାଯାଇଥିଲା। ନୂତନ କର୍ପୋରେଟର ଶ୍ରୀମତୀ ମହାରଣା ପ୍ରତ୍ୟକ ବାସିନ୍ଦାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମହିଳାମାନେ ଯୋଗଦେଇ ରାଜଧାନୀ ଦିବସକୁ ସମ୍ମାନର ସହ ପାଳନ କରିଥିଲେ।

loading...

Leave A Reply

Your email address will not be published.