ନୂଆଦିଲ୍ଲୀ:ଶେଷରେ ସମସ୍ତ କଲ୍ପନାଜଳ୍ପନାର ଅନ୍ତ ଘଟିଲା । ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପିରର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରାପଡା ସାଂସଦ ବିଜେପିରେ ଯୋଗ ଦେଇଛନ୍ତି ।ଏଥିସହିତ ବୈଜୟନ୍ତ ରାଜନୀତିରେ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇଛି। ଏହା ପୂର୍ବରୁ ସେ ବିଜେଡ଼ି ଟିକେଟରେ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ। ବୈଜୟନ୍ତଙ୍କ ବିଜେପିରେ ସାମିଲ ନେଇ ବିଜେପି ମହଲରେ ଆନନ୍ଦର ଲହରି ଖେଳି ଯାଇଛି।ବୈଜୟନ୍ତଙ୍କ ସାମିଲ ଖବର ପାଇବା ପରେ ରାଜ୍ୟ ବିଜେପି କ୍ୟାମ୍ପରେ ଖୁସିର ମାହୋଲ ଖେଳି ଯାଇଛି। କାରଣ ରାଜ୍ୟ ରାଜନୀତି ସହିତ ଜାତୀୟ ରାଜନୀତିରେ ସେ ଜଣେ ଟାଣୁଆ ରାଜନେତା। ଜାତୀୟ ରାଜନୀତିରେ ତାଙ୍କର ନିଜସ୍ଵ ଛବି ରହିଛି। ନିଜର କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ତାଙ୍କର ନିଜସ୍ଵ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଛି। ତାଙ୍କର ଆଗମନରେ ରାଜ୍ୟ ବିଜେପି ଆହୁରି ମଜବୁତ ହେବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ।
ସୂଚନା ଅନୁସାରେ ଶ୍ରୀ ପଣ୍ଡା ଆଜି ପ୍ରଥମେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଅଧ୍ୟକ୍ଷ ଶ୍ରୀ ଶାହଙ୍କ ସହ ବୈଠକ କରିଥିଲେ। ଶ୍ରୀ ପଣ୍ଡାଙ୍କ ସମର୍ଥକମାନେ(ପ୍ରବାସୀ ଓଡ଼ିଆ) ମଧ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ। ଏହି ମିଶ୍ରଣ ପର୍ବବେଳେ ବିଜେପିର ବହୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha