Breaking

ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା

0

ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍‌ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍‌ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା।

ଏହା ପରେ ଦୁଇ ମତ୍ସଜୀବୀଙ୍କ ଖୁସି କହିଲେ ନସରେ। କାରଣ ଜାଲରେ ପଡିଥିବା ମାଛ ସୁସ୍ୱାଦୁ ହେବା ସହ ସେଥିରେ ଅନେକ ଔଷଧୀୟ ଗୁଣଥିଲା। ସ୍ଥାନୀୟ ଅଂଚଳରେ ସେ ମାଛକୁ ଘୋଲ ମାଛ ବୋଲି କହିଥାନ୍ତି। ଦୁଇ ମତ୍ସଜୀବୀ କୂଳକୁ ଆସିବା ପରେ ଘୋଲ ମାଛକୁ ସେମାନେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ।

ମାଛକୁ କିଣିବାକୁ ଏତେ ଚାହିଦା ହୋଇଥିଲା ଯେ ଶେଷର ନିଲାମ କରିବାକୁ ପଡିଥିଲା। ମୁମ୍ବାଇର ଜଣେ ବ୍ୟବସାୟୀ ସେହି ମାଛକୁ ୫ଲକ୍ଷ ୫୦ହଜାର ଟଙ୍କାରେ କିଣିଥିଲେ।

loading...

Leave A Reply

Your email address will not be published.