Breaking

କୃଷକ ଙ୍କ ଭାରତ ବନ୍ଦ ଡାକରା କୁ କଂଗ୍ରେସ ର ସମର୍ଥନ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କୃଷକ ଆଇନ୍ ବିରୁଦ୍ଧରେ ଭାରତ ବର୍ଷରେ ଆନ୍ଦୋଳନ ତେଜିବାରେ ଲାଗିଛି। ନୂତନ ଭାବେ ପ୍ରଣୟନ ହୋଇଥିବା କୃଷକ ଆଇନ କୃଷକଙ୍କ ସ୍ବାର୍ଥ ବିରୋଧୀ ବୋଲି ପଞ୍ଜାବ ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର କୃଷକ ମାନେ ମତ ଦେଇଛନ୍ତି। ତେବେ ଏହି ନୂତନ ନିୟମ ଭାରତର କୃଷି କ୍ଷେତ୍ରକୁ ବିକଶିତ କରିବା ସହ କୃଷକ ମାନଙ୍କ ଆର୍ଥିକ ଅବସ୍ଥା କୁ ସ୍ୱଚ୍ଛଳ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ମଣ୍ଡି ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ କୃଷକ ମାନେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରିବାର ନିୟମ ରାଜ୍ୟ ସରକାରଙ୍କ ମଣ୍ଡି ରୁ ଉପାର୍ଜିତ ହେଉଥିବା ଆୟ ଉପରେ ପ୍ରଭାବ ପକାଇ ପାରେ। ଏଥିନେଇ ବିପକ୍ଷ ଦଳର ନେତା ମାନେ ଏହି ଆଇନ କୁ ବାତିଲ କରିବା ପାଇଁ ମଧ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଏହି ଆଇନ ବିରୁଦ୍ଧରେ ଆଗାମୀ ଡ଼ିସେମ୍ବର ୮ ତାରିଖରେ କୃଷକ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ କୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି କୁହାଯାଇଛି।

loading...

Leave A Reply

Your email address will not be published.