Breaking

ଫକୀର ମୋହନ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ବାଲେଶ୍ୱର : ବହୁ ପ୍ରତୀକ୍ଷିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ଏହି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖଙ୍କ ଉପସ୍ଥିରେ ଏହି ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ ଲୋକାର୍ପିତ ହୋଇଛି। ରାଜ୍ୟରେ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ କୋରାପୁଟ, ବାରପଦା, ବଲାଙ୍ଗୀର ପରେ ୪ର୍ଥ ମେଡିକାଲ କଲେଜ ଭାବେ ବାଲେଶ୍ୱରଠାରେ ଫକୀରମୋହନ ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲ ଲୋକାର୍ପିତ ହୋଇଛି। ଏହି ମେଡିକାଲ ଦ୍ୱାରା ଉତ୍ତର ଓଡିଶାର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ରାଜ୍ୟ ବାହାର ଛତିଶଗଡ, ଝାଡଖଣ୍ଡ ଓ ପୋଡୋଶୀ ରାଜ୍ୟବାସୀ ମାନେ ସେଠାକୁ ଯାଇ ମଧ୍ୟ ଚିକିତ୍ସାର ସୁବିଧା ପାଇପାରିବେ।

loading...

Leave A Reply

Your email address will not be published.