ଜାକର୍ତ୍ତା: ଏସିଆନ ଗେମ୍ସରେ ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ ପ୍ରତିଯୋଗିତା ଫାଇନାଲରେ ରୌପ୍ୟ ପଦକ ହାସଲ କଲେ ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଛନ୍ତି ଏହି ଭାରତୀୟ ଆଥଲେଟ ।ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଦୂତି ମହିଳା ୧୦୦ ମିଟର ଟ୍ରାକ ଫାଇନାଲରେ ପ୍ରବେଶ କରିଥିଲେ। ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଦୂତି ୧୦୦ ମିଟର ଟ୍ରାକ୍ ହିଟ୍-୨ରେ ୧୧.୪୩ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରା କରିଥିଲେ। ଦୂତି ଶନିବାର ସେମିଫାଇନାଲରେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’