Breaking

ଉଚ୍ଚତା ବିବାଦର ପୂର୍ଣ୍ଣଚ୍ଛେଦ

ସମସ୍ତ ଉଚ୍ଚତା ର ମୂର୍ତ୍ତୀ କୁ ମିଳିଲା ଅନୁମତି

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମୂର୍ତ୍ତୀ ନିର୍ମାଣ କୁ ନେଇ ଚାଲିଥିବା ବିବାଦ ରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆଜି ମାନ୍ୟବର ହାଇକୋର୍ଟ ଏହି ମାମଲା ର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ଏଥିରେ ୪ଫୁଟ ଉଚ୍ଚତା ଠାରୁ ବଡ଼ ମୂର୍ତ୍ତୀ ନିର୍ମାଣ ପାଇଁ ହାଇକୋର୍ଟ ଅନୁମତି ଦେଇଥିବା ବେଳେ ପ୍ରଶାସନ ବିସର୍ଜନ କରିବା ନେଇ ସର୍ତ୍ତ ରଖିଛନ୍ତି।
ପୂର୍ବରୁ ମୂର୍ତ୍ତୀ ର ଉଚ୍ଚତା ୪ଫୁଟ ରଖିବା ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବଡ଼ ମୂର୍ତ୍ତୀ କୁ ଭାଙ୍ଗି ନିୟମ ମୁତାବକ ମୂର୍ତ୍ତୀ ନିର୍ମାଣ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ଯାହାକୁ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରିଥିଲା ପୂଜା କମିଟି। କଟକ ସହରର ୯ଟି ପୂଜା ମଣ୍ଡପ ରେ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ ମୂର୍ତ୍ତୀ ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ଜି ଙ୍କ ରିପୋର୍ଟ ପରେ ସର୍ବପ୍ରଥମେ ବାଲୁବଜାର ପୂଜା କମିଟି କୁ ମୂର୍ତ୍ତୀ ନିର୍ମାଣ ପାଇଁ ଅନୁମତି ମିଳିଥିଲା। ପରେ ପରେ ଅନ୍ୟ ସମସ୍ତ ମଣ୍ଡପ ରେ ମୂର୍ତ୍ତୀ ନିର୍ମାଣ କୁ ନେଇ ହାଇକୋର୍ଟ ଅନୁମତି ଦେଇଥିଲେ। ତେବେ ଅନ୍ୟ ସମସ୍ତ କୋଭିିଡ୍ କଟକଣାକୁ ଆଖି ଆଗରେ ରଖି ଏ ବର୍ଷ ଦୁର୍ଗାପୂଜା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

loading...

Leave A Reply

Your email address will not be published.