Breaking

ଦୋଳ ଉତ୍ସବ : ଘର ଘର ବୁଲି ଭୋଗ ଖାଉଛନ୍ତି ରାଧା ମାଧବ

0

ଭୁବନେଶ୍ବର : ‘ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମା ନନ୍ଦ’, ଅର୍ଥାତ ଫଗୁଣ ମାସ ଆସିଲେ ମନେପଡ଼େ ଫଗୁ ଉତ୍ସବର କଥା। ଏହି ସମୟେରେ ଭକ୍ତମାନେ ଦୋଳ ବିମାନରେ ରାଧାମାଧବଙ୍କୁ ବସାଇ ବିଭିନ୍ନ ଗ୍ରାମକୁ ନେଇ ପୂଜା କରିଥାଆନ୍ତି। ରାଜଧାନୀ ଉପକଣ୍ଠର ଗ୍ରାମାଞ୍ଚଳରେ ଏହି ଉତ୍ସବ ବଡ଼ ଧୂମଧାମ୍‌ରେ ପାଳନ କରାଯାଉଥିବା ବେଳେ ବିଭିନ୍ନ କଲୋନି, ମନ୍ଦିରଗୁଡ଼ିକରେ ମଧ୍ୟ ଆଜିଠାରୁ ଦୋଳ ଉତ୍ସବ ଆରମ୍ଭ ହୋଇଛି। ଉତ୍ତର ଭୁବନେଶ୍ୱର ମଞ୍ଚେଶ୍ୱର, ରଂଗମାଟିଆ, ଗାଡ଼କଣ, ପଟିଆ, କଳାରାହାଙ୍ଗ, ଡମଣା, କଳାଝରୀ, ଇଂଞ୍ଜଣା, ରୋକଟ, ବରିମୁଣ୍ଡ, ରଘୁନାଥପୁର, ଅଳଶୁଆ, ପଥରଗାଡ଼ିଆ, ଦାରୁଠେଙ୍ଗ, କଲ୍ୟାଣପୁର, ଦାଢ଼ା ଓ ନହରକଣ୍ଟା ପରି ଗ୍ରାମାଞ୍ଚଳଗୁଡ଼ିକରେ ଏହି ଉତ୍ସବ ଭାଇଚାର ଓ ଗ୍ରାମର ଏକାତା ପାଇଁ ଶହଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। ବିଭିନ୍ନ ଗ୍ରାମରେ ଯାତ୍ରା ପଡ଼ିଆ ଖୋଲା ମଞ୍ଚରେ ଅପେରା ସହ ଦିନରେ ଦୋଳ ମେଳଣ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଗ୍ରାମର ବାରିକ ପରିବାରଲୋକ ଦୋଳ ବିମାନ ଆଗରେ ମଶାଲ ଧରିବା କାର୍ଯ୍ୟ କରୁଥିବା ବେଳେ ଗୋପାଳ ପରିବାରଲୋକେ ବିମାନକୁ କାନ୍ଧେଇ ବୁଲେଇଥାଆନ୍ତି। ଏହି ଅବସରରେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ଗ୍ରାମରେ ଏବେ ୯ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରୁଛନ୍ତି। ହୋଲି ପରେ ହରିହର ଭେଟ ଉତ୍ସବ ଦେଖି ଦୋଳ ବିମାନଗୁଡ଼ିକ ନିଜ ନିଜ ଗ୍ରାମକୁ ଯାଇ ରାଧା ମାଧବଙ୍କୁ ଭଗତଘରେ ସ୍ଥାପନା କରିବେ ଓ ପରେ ଦଶ ଦୋଳଦିନ ନଉଡ଼ି ନାଟ ଦେଖି ଗ୍ରାମବାସୀଙ୍କଠାରୁ ସାମୂହିକ ପୂଜା ପାଇ ମନ୍ଦିରକୁ ପ୍ରବେଶ କରିବାର ବିଧି ରହିଛି।

loading...

Leave A Reply

Your email address will not be published.