ଦିଗପହଣ୍ଡି :ଗାଁ ପୋଖରୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ନରକଙ୍କାଳ । ସେ ପୁଣି ଅଖା ଭର୍ତ୍ତି ଦୁଇଟି ବ୍ୟାଗ୍ ମଧ୍ୟରେ । ଗାଁ ପୋଖରୀର ପଙ୍କଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମିଳିଥିଲା ଦୁଇଟି ଅଖା ଭର୍ତ୍ତି ନର କଙ୍କାଳ ବ୍ୟାଗ୍ । ବ୍ୟାଗ୍ ଖୋଲିବା ପରେ ସେଥିରେ ଏକ ରକ୍ତ ଭିଜା ସାର୍ଟ ମିଳିଥିଲା । ଗୋଟିଏ ଅଖାରେ ଗୋଡର କଙ୍କାଳ ରହିଥିବା ବେଳେ ଅନ୍ୟ ଅଖାଟିରେ ଖପୁରୀ ଓ ପିଞ୍ଜରା ହାଡ ରହିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପଙ୍କଉଦ୍ଧାର କାର୍ଯ୍ୟ କରୁଥିବା ଶ୍ରମିକ ମାନେ କାର୍ଯ୍ୟ ବନ୍ଦ କରିଥିଲେ । ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । କଙ୍କାଳଟିକୁ ଉଦ୍ଧାର କରି ସେହି ଗ୍ରାମର ଗତ ଦେଢ ବର୍ଷର୍ରୁ ଉର୍ଦ୍ଧ୍ୱ ଦିନ ଧରି ନିଖୋଜ ରହିଥିବା କାଳୁ ପ୍ରଧାନଙ୍କ ଖଣ୍ଡ ବିଖଣ୍ଡିତ ନର କଙ୍କାଳ ବୋଲି ପୋଲିସ ଉପସ୍ଥିତିରେ ପରିବାର ବର୍ଗ ଚିହ୍ନଟ କରିଛନ୍ତି । ଘଟଣା ସମ୍ପର୍କରେ ମୃତ କାଳୁଙ୍କ ପତ୍ନୀ ସୁଲଭ ପ୍ରଧାନଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସନଂ ୨ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା ଆରମ୍ଭ କରିଥିଲା । କଙ୍କାଳ ହାଡ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ସେଠାରୁ ରିପୋର୍ଟ ଆସିବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି ।
ପ୍ରକାଶଯେ, ଗୁହାଳପୁର ଗ୍ରାମର କାଶୀ ପ୍ରଧାନଙ୍କ ପତ୍ନୀ ବଞ୍ଚିଥିବା ସମୟରେ ହିଁ ପରିବାରର ସନ୍ତାନ ସନ୍ତତି ମାନଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟୁଆର ହୋଇଯାଇଥିଲା । ଫଳରେ ବାପା କାଶୀ ପ୍ରଧାନ ଏବଂ ପୁଅ କାଳୁ ଭିନ୍ନ ଭିନ୍ନ ରହିଆସୁଥିଲେ । ବିଭିନନ ସମୟରେ କାଳୁ ଏବଂ ତାଙ୍କ ପରିବାର ବର୍ଗଙ୍କ ସହିତ ତିକ୍ତତା ଲାଗି ରହିଆସୁଥିଲା ବୋଲି ସୁଲଭ କହିଛନ୍ତି । କାଳୁ ଜଣେ ଦିନ ମଜୁରିଆ ତଥା କୃଷି ଶ୍ରମିକ ହୋଇଥିବା ବେଳେ ବର୍ଷର ଅଧିକାଂଶ ସମୟ ଭୂବନେଶ୍ୱରରେ ଦାଦନ ଖଟି ଦିନ ବିତୁଥିଲା । ଦେଢ ବର୍ଷ ପୂର୍ବେ କାଳୁ ଘରୁ ଭୂବନେଶ୍ୱର ଯାଉଛି କହି କେଉଁଆଡେ ଚାଲିଯାଇଥିବା ବେଳେ ତାଙ୍କର କୌଣସି ପ୍ରକାର ସନ୍ଧାନ ମିଳିନଥିଲା । ବହୁ ଖୋଜା ଖୋଜି କରି ନପାଇବାରୁ କୁନି କୁନି ପୁଅ ଏବଂ ଝିଅଙ୍କୁ ନେଇ କଷ୍ଟେ ମଷ୍ଟେ ପରିବାରର ଗୁଜୁରାଣ ମେଣ୍ଟାଇଆସୁଥିବା ପତ୍ନୀ ସୁଲଭ କହିଛନ୍ତି । ତେବେ ସୋମବାର ଅପରାହ୍ନରେ ଗାଁ ଶେଷରେ ରହିଥିବା ପରିତ୍ୟକ୍ତ ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୋଟରପମ୍ପ ଦ୍ୱାରା ପାଣି ଶୁଖିବା ପରେ ଦୁଇ ଗୋଟି ବଡ ଅଖା ଦେଖିବାକୁ ମିଳିଥିଲା । ସେଥିରେ ଜଣେ ମନୁଷ୍ୟର ଖଣ୍ଡ ବିଖଣ୍ଡିତ ନର କଙ୍କାଳ ଭାଗ ଭାଗ କରି ପକାଯାଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଘଟ ହେବା ପରେ କାଳୁଙ୍କ ପରିବାର ପୋଖରୀକୁ ଯାଇ ସେହି ଅଖା ଗୁଡିକୁ ଖୋଲିଥିଲେ । ନିଖୋଜ ହେବା ଦିନ ଘରୁ ପିନ୍ଧି ଯାଇଥିବା ସାର୍ଟ ଓ ଗୋଡର ହାଡରେ ପଡିଥିବା ଷ୍ଟିଲ୍ ରଡ୍କୁ ଦେଖି ପରିବାର ବର୍ଗ କାଳୁଙ୍କ କଙ୍କାଳ ବୋଲି ଚିହ୍ନଟ କରିଥିଲେ । ସୂଚନାଯୋଗ୍ୟଯେ, ଗତ କିଛି ବର୍ଷ ତଳେ କାଳୁ ଗାଁରେ ନଡିଆ ଗଢରେ ନଡିଆ ତୋଳିବା ପାଇଁ ଚଢିଥିବା ବେଳେ ଅସାବଧାନତା ହେତୁ ତଳକୁ ଖସିଯାଇ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଅସ୍ତ୍ରୋପଚାର କରାଯାଇ ଗୋଡ ହାଡରେ ଷ୍ଟିଲ୍ ରଡ୍ ପକାଯାଇଥିଲା । ପ୍ରାଥମିକ ଅନୁସନ୍ଧାନ କରି ପୋଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦପାଇଁ ପଠାଇଥିଲେ ହେଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି । ତଦନ୍ତର ବିଭିନ୍ନ ଦିଗକୁ ବଢାଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ କଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment