Breaking

ଜହର ଜନସନ୍

ପାଉଡର ପରେ ଜନସନ୍ କମ୍ପାନୀର ବେବି ସାମ୍ପୁରୁ ମିଳିଲା କ୍ୟାନ୍ସରକାରକ ଫାର୍ମଲିଡହାଇଡ୍ ବିଷ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ବେବି କୟାର ବିଷୟରେ ଚର୍ଚ୍ଚା ହେଲେ ପ୍ରଥମେ ମନକୁ ଆସେ ଜନସନ୍ ଓ ଜନସନ୍ ର ନାମ । କିନ୍ତୁ ଏବେ ଏହା ଚିନ୍ତା ବଢାଇ ଦେଇଛି।ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ବେବି ପାଉଡରରେ କ୍ୟାନ୍ସରକାରକ ତତ୍ବ ମିଶ୍ରଣ ଜଣାପଡିବା ପରେ ଏବେ ବେବି ସାମ୍ପୁରେ ମିଳିଛି କ୍ୟାନ୍ସର କାରକ ବିଷ । ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲ୍ ବୋର୍ଡ ଅର୍ଗାନାଇଜେସନ୍ ଟେଷ୍ଟ ପରେ କମ୍ପାନୀକୁ ନୋଟିସ୍ ପଠାଇଛି । ଟେଷ୍ଟ୍ ଫେଲ୍ ହେବା ପଛରେ ଫାର୍ମଲିଡହାଇଡ୍ ତତ୍ତ୍ୱ ହୋଇଥାଇପାରେ ବୋଲି ସୂଚନା ମିଳିଛି। କିନ୍ତୁ କମ୍ପାନୀ ତରଫରୁ ଏହାକୁ ପ୍ରତ୍ୟାଖାନ କରାଯାଇଛି । ରାଜସ୍ଥାନ ସରକାରଙ୍କ ଚିକିତ୍ସା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁସାରେ ଏହି ସଂସ୍ଥା ନୋଟିସରେ କହିଥିଲା ଯେ ବେବି ସାମ୍ପୁର ସେପ୍ଟେମ୍ବର ୨୦୨୧ ର ଏକ୍ସପାଏରୀ ଡେଟ୍ ଥିବା ଦୁଇଟି ସାମ୍ପୁ ବୋତଲର ଜାଞ୍ଚ୍ ରୁ ଏହାର ଗୁଣବତ୍ତାରେ କମ୍ ଥିବା ଜଣାପଡିଥିଲା ଓ ଏହି ଉତ୍ପାଦରୁ କ୍ଷତିକାରକ ତତ୍ତ୍ୱ ମିଳିଛି । କମ୍ପାନୀ ଏହି କଥାକୁ ମାନିବା ପାଇଁ ନାରାଜ୍ ସାମ୍ପୁରେ ବ୍ୟବହୃତ ହେଉଥିବା ଉତ୍ପାଦ ସୁରକ୍ଷିତ ଏବଂ ବହୁ ଜାଞ୍ଚ୍ ପରେ ଏହା ବିକ୍ରି ପାଇଁ ଛଡାଯିବା କଥା କମ୍ପାନୀ କହିଛି । କମ୍ପାନୀ ସାମ୍ପୁରେ ଫାର୍ମଲିଡହାଇଡ୍ ତତ୍ତ୍ୱ ମିଶାଏ ନାହିଁ । ତେବେ ବର୍ତ୍ତମାନ ଏହା ସାଧାରଣରେ ଚିନ୍ତା ବଢାଇ ଦେଇଛି।

loading...

Leave A Reply

Your email address will not be published.