ଭୁବନେଶ୍ବର: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି ।ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ପରେ ଯେକୌଣସି ସମୟରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ସୂଚନା ମିଳିଛି।
ଫନି’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ପବନ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି ।
ଏହାକୁ ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଭାବିତ ଅଞ୍ଚଳରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଟିମ୍ ପହଞ୍ଚିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି।
Breaking
Reliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡ଼ୁନମ୍Samsung Led the First Wave of India’s Festive Season Sale in 2024: TechInsightsଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ