Breaking

ସାବାସ୍ ସରକାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

କେନ୍ଦ୍ରୀୟ ଟିମ୍ ର ବାଃ ବାଃ। ଫୋନି ଦ୍ବାରା ବିଧ୍ୱସ୍ତ ଅଚଂଳରେ ରାଜ୍ୟ ସରକାରଙ୍କ ପୁନରୁଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରୀୟ ଶକ୍ତି ଓ ଟେଲି ଯୋଗାଯୋଗ ସଚିବ । ବାତ୍ୟା ପରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଟିମ୍ ସହ ଯୋଗାଯୋଗ କରି ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଟେଲିକମ ସେବା ଯୋଗାଣରେ ପୁରୀକୁ ବାଦ୍ ଦେଲେ ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡିକରେ ସେବା ସ୍ବଭାବିକ୍ ସ୍ଥିତିକୁ ଫେରୁଛି। ବର୍ତ୍ତମାନ ପୁରୀରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି ।ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୮ ପ୍ରତିଶତ ଟାୱାର, ପୁରୀ ସହରୀରେ ୧୮ ପ୍ରତିଶତ ଟାୱାର ଏବଂ କଟକ ସହରରେ ୭୩ ଭାଗ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି । ପୁରୀରେ ୭୦.୫ ପ୍ରତିଶତ, ଖୋର୍ଦ୍ଧାରେ ୯୨ ପ୍ରତିଶତ, କଟକରେ ୯୧ ପ୍ରିତିଶତ, ଜଗତସିଂପୁରରେ ୮୮ ପ୍ରତିଶତ, ଗଞ୍ଜାମରେ ୯୭ ପ୍ରତିଶତ, କେନ୍ଦ୍ରପଡ଼ାରେ ୯୨ ପ୍ରତିଶତ ବ୍ୟାଙ୍କ ଶାଖା ସ୍ବଭାବିକ୍ ହେଲାଣି । ଡାଟା କନେକ୍ଟିଭିଟି ବଢ଼ାଇବା ସହ ଏଟିଏମ ସେବାରେ ମଧ୍ୟ ଦ୍ରୁତ ବିକାଶ କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନିଆଯାଉଛି।ପ୍ରଭାବିତ ଅଚଂଳକୁ ପୁରୁଣା ରୂପକୁ ଫେରାଇବାକୁ ଫୁଲ୍ ଦମ୍ ରେ ଲାଗିଛନ୍ତି ରାଜ୍ୟ ସରକାର।

loading...

Leave A Reply

Your email address will not be published.