Breaking

ଗ୍ରାମୀଣ ଭାରତରେ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟ ସେବା ଯୋଗାଇବ କିଓର୍‌ବେ

0

କିଓର୍‌ବେ ଏକ ସ୍ୱାସ୍ଥ୍ୟ ସେବା ଷ୍ଟାର୍ଟଅପ୍ ଏବଂ ଏହା ଦୁର୍ଗମ ଅଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟଯତ୍ନ ସେବା ସୁବିଧା ଉପରେ ଧ୍ୟାନ ପ୍ରଦାନ କରୁଛି ଏବଂ ଓଡ଼ିଶାରେ ଦୁଇଟି ସ୍ଥାନରୁ ଏହାର ଇ-କ୍ଲିନିକ୍‌ସର ଶୁଭାରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୁପାରିଶକୃତ ନିୟମାବଳୀ ଅନୁସାରେ ଭାରତରେ ସ୍ୱାସ୍ଥ୍ୟଯତ୍ନ ପ୍ରଦାନକାରୀଙ୍କ ବହୁତ ଅଭାବ ରହିଛି ଏବଂ ଏହା ବିଶେଷ ଭାବରେ ସହରାଂଚଳରେ ସୀମିତ ହୋଇ ରହିଛି । ଭାରତର ୭୦% ଲୋକମାନେ ଗ୍ରାମାଂଚଳରେ ବାସ କରନ୍ତି । ଗ୍ରାମୀଣ ଭାରତରେ ଦେଶର ମାତ୍ର ୩୦% ଡାକ୍ତର ଓ ନର୍ସ ଉପଲବ୍ଧ ରହିଛନ୍ତି ।
ଏହି ମହାମାରୀ ସମୟରେ ବିଭିନ୍ନ ସାମାଜିକ ଓ ଆୟ ବର୍ଗର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟଯତ୍ନର ଆବଶ୍ୟକତା ପାଇଁ ଡିଜିଟାଲ୍ ମାଧ୍ୟମକୁ ଗ୍ରହଣ କରିଛନ୍ତି । ଭାରତ ସରକାରଙ୍କ ଟେଲି-ପରାମର୍ଶ ପଦକ୍ଷେପ ଇସଞ୍ଜିବନୀ ଦ୍ୱାରା ୮୦ ଲକ୍ଷରୁ ଅଧିକ ପରାମର୍ଶ ଦିଆଯାଇପାରିଛି ଓ ବର୍ତମାନ ନିୟମିତ ଭାବରେ ୬୦,୦୦୦ ପରାମର୍ଶ ଦିଆଯାଉଛି । କିନ୍ତୁ ତଥାପି ଏହି ସ୍ୱାସ୍ଥ୍ୟ ଯତ୍ନ ସୁବିଧାକୁ ଆହୁରି ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି ଯାହାକୁ କିଓର୍‌ବେ ପୂରଣ କରିବାର ଲକ୍ଷ୍ୟ ରଖିଛି । କିଓରବେ ହେଉଛି ଏକ ଭୁବନେଶ୍ୱରଭିତିକ ବି୨ସି ହେଲ୍‌ଥକେୟାର ଷ୍ଟାର୍ଟଅପ୍ ଓ ଏହାର ଲକ୍ଷ୍ୟ ହେଉଛି ଓମନିଚ୍ୟାନେଲ୍ ମଡେଲ୍ ମାଧ୍ୟମରେ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବାକୁ ଦୁର୍ଗମ ଅଂଚଳର ଲୋକମାନଙ୍କୁ ଖୁବ୍ କମ୍ ମୂଲ୍ୟରେ ପ୍ରଦାନ କରିବା । କିଓରବେ ଏହାର ସେବାକୁ ଓଡ଼ିଶାରେ ନଭେମ୍ବର, ୧୬, ୨୦୨୧ ରେ ଆରମ୍ଭ କରୁଛି ଓ ଧୀରେ ଧୀରେ ଏହା ସାରା ଦେଶକୁ ପ୍ରସାରିତ ହେବ । ଏହା ଷ୍ଟାର୍ଟ-ଅପ୍ ଇଣ୍ଡିଆ ଓ ଷ୍ଟାର୍ଟ-ଅପ୍ ଓଡ଼ିଶା ପ୍ରୋଗ୍ରାମ ଅନ୍ତର୍ଗତ ପଞ୍ଜୀକୃତ ଅଟେ ।
କିଓରବେ କୁ ଓଡ଼ିଶାର ପ୍ରଫେସନାଲ୍ ଓ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଯେଉଁମାନେ ଜାତୀୟ ଓ ମଲ୍‌ଟି-ନ୍ୟାସନାଲ୍ କମ୍ପାନୀମାନଙ୍କରେ ସଫଳତା ହାସଲ କରିଛନ୍ତି ତଥା ପ୍ରତିଷ୍ଠିତ ଏମଏନସି ଯଥା ମାଇକ୍ରୋସଫ୍‌ଟ, ଗୁଗଲ୍‌, ଏସଏପି, ଡେଲୋଇଟ୍‌, ପ୍ରାଇସ୍ ୱାଟର ହାଉସ୍ କୁପର୍ସ ଆଦିରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ଅଗ୍ରଣୀ ଆଇଆଇଟି, ଏନଆଇଟି, ଆଇଆଇଏମରୁ ଶିକ୍ଷା ଗ୍ରହଣ କରିଥିବା ଏହି ଗ୍ରୁପ୍ ଆଧୁନିକ ବୈଷୟିକି ମାଧ୍ୟମରେ ଏହାର ନେତୃତ୍ୱ ନେଉଛନ୍ତି ।

loading...

Leave A Reply

Your email address will not be published.