Breaking

ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

0

ଭୁବନେଶ୍ୱର- ୭୬ ବର୍ଷ ସ୍ୱାଧିନତା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିର ଡାଇରେକ୍ଟର୍‌–ଇନ୍‌-ଚାର୍ଜ ଡ଼ ଭାଗ୍ୟଧର ଭୋଇ ପତକା ଉତୋଳନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଜାତୀୟ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଆଇଏମ୍‌ଏମ୍‌ଟିର ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ, କଲୋନିର ସଦସ୍ୟ ଏବଂ ଅନ୍ୟ ଅତିଥିବୃନ୍ଦ ଆଦି ଯୋଗ ଦେଇଥିଲେ ।
ଏହି ଅବସରରେ ଆଇଏମ୍‌ଏମ୍‌ଟିର ଡାଇରେକ୍ଟର୍‌–ଇନ୍‌-ଚାର୍ଜ ଡ଼ ଭାଗ୍ୟଧର ଭୋଇ କହିଛନ୍ତି, “ଆମେ ଭାଗ୍ୟବାନ ଯେ ଏକ ସ୍ୱାଧୀନ ରାଷ୍ଟ୍ର ଜନ୍ମ ନେଇଛୁ । ଏକ ଶକ୍ତିଶାଳୀ ବ୍ରିଟିଶ୍ ସଂଗଠନ ସହିତ ଲଢି ଭାରତକୁ ନିଜର ସ୍ୱାଧିନତା ଦେବା ପ୍ରକୃତରେ ଏକ ବିରତ୍ୱର କାର୍ଯ୍ୟ ଥିଲା । ସେହି କଠିନ ଏବଂ ସଂଘର୍ଷପୂର୍ଣ୍ଣ ସମୟକୁ ମନେ ପକାଇ ସ୍ୱାଧିନତା ଦିବସ ପାଳନ କରିବା ସହିତ ସେହି ସହିଦ ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଆର୍‌ଆର୍ ନୋଡାଲ୍ ସ୍କୁଲ୍‌ର ଛାତ୍ରଛାତ୍ରୀ ଏବଂ କଲୋନୀର ପିଲାମାନେ ଅଂଶଗ୍ରହଣ କରିଥଲେ । ପରିଶେଷରେ ଖାଦ୍ୟ ବନ୍ଟନ କରାଯାଇ ଏହି କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା ।
ଏହା ସହିତ ସ୍ପୋର୍ଟସ୍ ପ୍ରମୋସନ ବୋର୍ଡ ଦ୍ୱାରା ସିଏସ୍‌ଆଇଆର୍‌-ସିଆଇଏମ୍‌ଏଫ୍‌ଆର୍ ଧନ୍‌ବାଦରେ ଆୟୋଜିତ ହୋଇଥିôବା କ୍ରିକେଟ୍ ଟୁର୍ଣ୍ଣାମେନ୍ଟରେ ଭଲ ପ୍ରଦର୍ଶନ ଦେଖାଇ ଫାଇନାଲ୍ ମ୍ୟାଚ୍ ପାଇଁ ଆଇଏମ୍‌ଏମ୍‌ଟି ଟିମ୍ ଖୁବ୍ ଶୀଘ୍ର ଖେଳିବାକୁ ଯାଉଛି ଏବଂ ସିଏସ୍‌ଆଇଆର୍‌–ଆଇଏମ୍‌ଏମ୍‌ଟି ଭୁବନେଶ୍ୱର କ୍ୟାମ୍ପସ୍ ଠାରେ ଆସନ୍ତା ୧ ରୁ ୩ ସେପ୍ଟେମ୍ବର ମଧ୍ୟରେ ଏସ୍‌ଏସ୍ ଭଟ୍‌ନଗର ଫୁଟ୍‌ବଲ୍ ଜୋନାଲ ଲେବଲ ଟୁର୍ଣ୍ଣାମେନ୍ଟ୍ ଆୟୋଜନ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । । ଟିମ୍‌ର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

loading...

Leave A Reply

Your email address will not be published.