Breaking

ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ କମ୍ୟୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାରଣରୁ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ ଚଳିତ ବର୍ଷ ସରକାରଙ୍କ କୋଭିଡ୍ କଟକଣା ନିୟମ ମାନବି ସହିତ ନିରାଡମ୍ବର ଦୁର୍ଗାପୂଜା ପାଳନ କରାଯାଇଛି । ଆଜି ପବିତ୍ର ସପ୍ତମୀ ତିଥିରେ ରୀତିନୀତି ଅନୁସାରେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଛି । ଆସୋସିଏସନ୍ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କଲୋନୀର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଯେଉଁମାନେ ଆଗଧାଡିରେ ରହି ଲୋକମାନଙ୍କ ସେବା କରୁଥିଲେ ସେହି ଡାକ୍ତର, ସାମ୍ବାଦିକ, ପୋଲି, ବିଏମ୍‌ସି କର୍ମଚାରୀ ମାନଙ୍କୁ ଆଜି ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ କରେନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି । ସାଧାରଣ ସଂପାଦକ ସରୋଜକାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଚନ୍ଦ୍ରଶେଖରପୁର ଜୋନ୍‌-୬ ଏସିସି ପ୍ରକାଶ ଚନ୍ଦ୍ର ପାଲ୍‌. ବିଏମ୍‌ସି ଉତ୍ତର ଭୁବନେଶ୍ୱରର ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ କମିଶନର ସୁରଥ କୁମାର ମଲ୍ଲିକ, ଆସୋସିଏନ୍‌ର ଉପଦେଷ୍ଟା ଦାମୋଦର ପ୍ରଧାନୀ, ପ୍ରମୁଖ ଯୋଗ ଦେଇଥିଲେ ।

loading...

Leave A Reply

Your email address will not be published.