Breaking

କ୍ୟାପିଟାଲ ରିଜିଅନ ରିଂ ରୋଡ଼ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ
ଜାତୀୟ ରାଜପଥ—୧୨ ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ କିଙ୍ଗ୍ କୋଡ (ସିଆଇଆଇଆଇ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ଏହି ସମାନ୍ତରାଳ ରିଙ୍ଗରୋଡ୍ ଖୋରଧା ବାଇପାସ୍ –ଭୁବନେଶ୍ବର ଆଠଗଡ ସହର –କଟକ ସହରାଞ୍ଚଳକୁ ସଂଯୋଗ କରିବ ।

ଜାତୀୟ ରାଜପଥ– ୧୬ର ରାମେଶ୍ବର ନିକଟରୁ ଏହି ରୋଡ଼ ବାହାରି ଜାତୀୟ ରାଜପଥ-୫ର ଗୋଟିନ୍ଦପୁର ବାଟ ଦେଇ ଟାଙ୍ଗି ନିକଟରେ ପୁନର୍ବାର ଜାତୀୟ ରାଜପଥ–୧୨କୁ ସ୍ପର୍ଶ କରିବ ।

କ୍ୟାପିଟାଲ ରିଜିଅନ ରିଂ ରୋଡ଼ ମୁଖ୍ୟତଃ ୬ ଲେନ ବିଶିଷ୍ଟ ହେବ ଏବଂ ମହାନଦୀ ଉପରେ ମଧ୍ୟ ୬ ଲେନ ର ସେତୁ ନିର୍ମାଣ କରାଯିବ ଏହି ସମସ୍ତ ନିର୍ମାଣ କାର୍ଯ୍ୟ ନୂତନ ଭାବେ କରାଯିବା ସହିତ ଜମି ଅଧିଗ୍ରହଣ ସମୟରେ ଅତି କମ୍ ପରିମାଣରେ ଜଙ୍ଗଲ, ସବୁଜ ବଳୟ ଏବଂ ଗ୍ରାମଗୁଡିକୁ ପ୍ରଭାବିତ କରିବ । ଏହା ରିଙ୍ଗ ରୋଡ଼ ଦ୍ଵାରା ଜାତୀୟ ରାଜପଥ— ୧୬ ଉପରୁ ବହୁ ପରିମାଣରେ ଟ୍ରାଫିକ ଭିଡ ହ୍ରାସ ପାଇବ।

ରାଜଧାନୀ ଓ ଏହାର ଆଖପାଖ ଇଲାକାର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରିଂ ରୋଡ଼ ବେଶ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିବ । ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ରିଂ ରୋଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାର ବକେଟରେ ୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

loading...

Leave A Reply

Your email address will not be published.